l ୨୬୦ଗ୍ରାମ ବ୍ରାଉନ ସୁଗାର ଜବତ ସହିତ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି ପୋଲିସ l ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଲେ ବାଲେଶ୍ୱର ଏସପି । ବାଲେଶ୍ୱର ଜିଲ୍ଲା ପାଲଟିଛି ବ୍ରାଉନସୁଗାର କାରବାରର ହବ l ଯାହାକି ପୋଲିସର ମୁଣ୍ଡ ବିନ୍ଧାର କାରଣ ସାଜିଛି! ବ୍ରାଉନ ସୁଗାର ମାଫିଆ ସେକ ସାହାରୁକ ପଶ୍ଚିମବଙ୍ଗରୁ ଜଳେଶ୍ୱର ଅଭିମୁଖେ ବ୍ରାଉନ ସୁଗାର ନେଇ ଆସୁଥିଲା ବେଳେ ଜଳେଶ୍ୱର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ଥାନା ଅଗ୍ରୱାଲା ଛକ ନିକଟରେ ଚଢ଼ାଉ କରି ଥିଲା l ଚଢ଼ାଉ ସମୟ ରେ ତା ନିକଟରୁ ୨୬୦ଗ୍ରାମ ବ୍ରାଉନସୁଗାର, ଏକ ବାଇକ, ଭିଭୋ ମୋବାଇଲ ଓ ନଗଦ ୧୩୦୦ଟଙ୍କା ଜବତ କରି ଗିରଫ କରିଥିଲା l ଜବତ ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୨୬ଲକ୍ଷ ଟଙ୍କା ହେବ ବୋଲି ସୂଚନା । ପୂର୍ବରୁ ତାଙ୍କ ନାମରେ ଜଳେଶ୍ୱର ଥାନାରେ ରହିଥିଲା ମାମଲା l




