ହୋଇଯାଇଛି। ସ୍ଥାନୀୟ ନୂଆସାହି ଶ୍ରୀ ଜଗନ୍ନାଥ ମନ୍ଦିର ସଂଲଗ୍ନ ଆମ୍ର କାନନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଭାଗୀରଥି ପରିଡ଼ା ପୌରହିତ୍ୟ କରିଥିଲେ। ପ୍ରାରମ୍ଭରେ କବି ଲକ୍ଷ୍ମୀଧର ମହାପାତ୍ର ମଙ୍ଗଳାଚରଣ ପାଠ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ବିଶ୍ୱରୁପା ପଣ୍ଡା ଓ ଭବାନୀ ପ୍ରଧାନ ସ୍ବାଗତ ସଙ୍ଗୀତ ଗାନ କଲା ପରେ ଅନୁଷ୍ଠାନର ସମ୍ପାଦିକା ସୁଶ୍ରୀ ପ୍ରତିମା ପ୍ରଧାନ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ପରିଚାଳକ , ଖଣି ନିଗମ,ଓଡ଼ିଶା ଓ ସଭାପତି ମା ଶାରଳା ସାହିତ୍ୟ ଓ ସଂସ୍କୃତି ପରିଷଦ ମାହାଙ୍ଗା ଇଂ ଭରତ ଚରଣ ବେହେରା, ଶିକ୍ଷାବିତ୍ ତଥା ସୁ ସାହିତ୍ୟିକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ତ୍ରୀପାଠୀ ମୁଖ୍ୟ ବକ୍ତା ଓ ସଂପାଦକ,ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଶେଖ୍ ଅବଦୁଲ୍ ଖାଲିକ୍ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସାହିତ୍ୟ ଓ ସେବା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁଠାରୁ ଉର୍ଦ୍ଧରେ ରହି ମାନବ ସେବା ହିଁ ଈଶ୍ୱର ସେବା ବୋଲି ମତ ଦେଇଥିଲେ। ପରେ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ରକ୍ତଦାନ, ଗୋ ସୁରକ୍ଷା, ପଶୁ ମାନଙ୍କ ପାଇଁ ଜଳକୁଣ୍ଡ ଓ ଖାଦ୍ୟ ବ୍ୟବସ୍ଥା, ଅଚିହ୍ନା ଲୋକର ଶବ ସତ୍କାର କରୁଥିବା ଓ ସୁଲେଖକ ସାହିତ୍ୟିକ ରାମଚନ୍ଦ୍ର ସାହୁ,ପ୍ରଶାନ୍ତ କୁମାର ସାହୁ, ବିଶ୍ଵରୁପା ପଣ୍ଡା,ଭବାନୀ ପ୍ରଧାନ, ଫକୀର ଚରଣ ସାହୁ,ଦିବ୍ୟଲୋଚନ ଭାରିମଲ ଇତ୍ୟାଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ସୋମନାଥ ସାହୁ, ଶ୍ରୀକୁମାର ସାହୁ, ଲକ୍ଷ୍ମୀଧର ମହାରଣା, ସମାଜ ସେବୀ ବାସୁଦେବ ବେହେରା,ମନୋଜ ମହାପାତ୍ର , କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଗୋପୀ ଗପବାଲା ଭାବେ ପରିଚିତ ଶ୍ରୀଯୁକ୍ତ ଗୋପୀନାଥ ସେଠୀ ମଞ୍ଚ ପରିଚାଳନା କରିଥିଲା ବେଳେ ସୁସାହିତ୍ୟିକା ନିଳୀମା ନନ୍ଦ ସଂଯୋଜନା କରିଥିଲେ। ଗୀତିକାର ପ୍ରଦୀପ କିଶୋର ତ୍ରୀପାଠୀ ଉଦଯାପନୀ ସଙ୍ଗୀତ ଗାନ କରିଥିଲା ବେଳେ କବି ଜଗଦୀଶ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।




