ବିଜେପିର ଏକଛତ୍ରବାଦ ଏବଂ ବାଚସ୍ପତିଙ୍କ ମେରିରାୟ ନୀତି ପ୍ରତିବାଦରେ –

👇समाचार सुनने के लिए यहां क्लिक करें

ନୀଳଗିରି କଂଗ୍ରେସର ଶତାଧିକ କର୍ମୀ ବିଧାନସଭା ଘେରାଉରେ ସାମିଲ।
ନୀଳଗିରି,୨୭/୩(ସିଧାସମ୍ବାଦ); ୨୪ ବର୍ଷର ବିଜେଡି ଶାସନର ଅବସାନ ପରେ ରାଜ୍ୟରେ ପ୍ରଥମ ଥର ବିଜେପି କ୍ଷମତାକୁ ଆସିବାର ୯ମାସ ପୂରଣ ହେବାକୁଯାଉଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଥିବା ବେଳେ ମହିଳାମାନେ ଅସୁରକ୍ଷିତ ହୋଇପଡ଼ିଥିବା ନେଇ କଂଗ୍ରେସ ବିଧାୟକମାନେ ବିଧାନସଭା ଅଧିବେଶନ ସମୟରେ ଜୋରଦାର ବିରୋଧ କରିଥିଲେ। ଫଳରେ ସୁରୁଖୁରୁରେ ବିଧାନସଭା ଚାଲିପାରିନଥିଲା। ଏନେଇ ବାଚସ୍ପତି ପ୍ରଥମେ କଂଗ୍ରେସର ୧୨ଜଣ ବିଧାୟକ ଏବଂ ପରେ ୨ଜଣ ଅର୍ଥାତ୍ କଂଗ୍ରେସର ବିଧାନସଭାର ମୋଟ ୧୪ଜଣ ବିଧାୟକଙ୍କୁ ନିଲମ୍ବନ କରିଥିଲେ। ଏହାର ପ୍ରତିବାଦରେ ସାରା ଓଡ଼ିଶାର କଂଗ୍ରେସର ବରିଷ୍ଠନେତା,କର୍ମୀ ଓ ବିଧାୟକ ଗୁରୁବାର ବିଧାନସଭା ଘେରାଉରେ ସାମିଲ ହୋଇଥିଲେ। ନୀଳଗିରି କଂଗ୍ରେସଦଳ ତରଫରୁ ପୂର୍ବତନ ନୀଳଗିରି କଲେଜ ଅଧ୍ୟକ୍ଷ ତଥା ନୀଳଗିରି କଂଗ୍ରେସର ବ୍ଲକ୍ ସଭାପତି ମନୋରଂଜନ ପଣ୍ଡା ଏବଂ ନୀଳଗିରି ନଗର ସଭାପତି ଉପେନ୍ଦ୍ର ବେହେରାଙ୍କ ନେତୃତ୍ବରେ ନାରୀନେତ୍ରୀ ରେଖା ହେମ୍ବ୍ରମ, ଶିବପ୍ରସାଦ ବେହେରା, ଶାନ୍ତନୁ ମହାଳିକ, ନିଧିରାମ ସିଂ, ଲମ୍ବୋଦର ନାୟକ, ହେମେନ୍ଦ୍ର ନାୟକ, ଅନାଦି ବେହେରା, ରଘୁନାଥ ପୃଷ୍ଟି, ବ୍ରଜମୋହନ ପୃଷ୍ଟି ପ୍ରମୁଖ ଶତାଧିକ ଛାମୁଆନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें