ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟ କେନ୍ଦୁଗୁଡ଼ା ଠାରେ ତା ୨୭.୦୩.୨୦୨୫ ଗୁରବାର ସକାଳ ୧୧ ଘଟିକା ସମୟରେ “ଅଭିଭାବକ ସହଭାଗିତା ବୈଠକ ” ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ରିତୁ ପ୍ରଭା ଗମାଙ୍ଗ ଭାମିନୀ ପଞ୍ଚାୟତ ସରପଞ୍ଚ,ମୁଖ୍ୟବକ୍ତା ରୂପେ ପ୍ରପନ କୁମାର ତ୍ରିପାଠୀ ପ୍ରଧାନ ଶିକ୍ଷକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଲିମାପଦର, ମୁଖ୍ୟ ବକ୍ତା ରୂପେ ତ୍ରିନାଥ ନାଗବଂଶ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,ସମ୍ମାନୀୟ ଅତିଥି ରୂପେ ରମେଶ ଚନ୍ଦ୍ର ମିଶ୍ର ଓ ଅଶ୍ୱିନୀ କୁମାର ତ୍ରିପାଠୀ, ,ଶିକ୍ଷାବିତ ବାଳକୃଷ୍ଣ ଶବର, କାର୍ଯ୍ୟକ୍ରମ ସଭାପତି ରୂପେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମନାଥ ଶବର ତଥା ଆବାହକ ରୂପେ ଦିଲୀପ କୁମାର ଚୌଧୁରୀ ପ୍ରଧାନ ଶିକ୍ଷକ ମଞ୍ଚାସୀନ ଥିଲେ। ମଞ୍ଚାସୀନ ଅତଥି ମହୋଦୟଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ମାନ ପ୍ରଦାନ କରାଯାଇଥିଲା। ଆଜି ପ୍ରଥମ ପର୍ଯ୍ୟାୟରେ ଅଭିଭାବକ ତଥା ଛାତ୍ରଛାତ୍ରୀ ମାନଙ୍କୁ ନେଇ କିଛି ପ୍ରତିଯୋଗୀତା ହୋଇଥିଲା ।ପ୍ରତିଯୋଗିତାରେ କୃତକାର୍ଯ୍ୟ ପ୍ରତିଯୋଗୀ ମାନଙ୍କୁ ପୁଷ୍ପଗୁଛ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଅଭିଭାବକ ହାଡ଼ିଆ ଶବରଙ୍କୁ ଭାର ଉତ୍ତୋଳକ ଭାବେ ଉପଢୌକନ ଓ ପୁଷ୍ପଗୁଚ୍ଛ ସମ୍ମାନୀତ କରାଯାଇଥିଲା ।ଗ୍ରାମବାସୀ ସୁଶାନ୍ତ ସାହୁ , କମଳ କୈବର୍ତ୍ତ ଓ ମିଟୁ ସାହୁ ସହଯୋଗ କରିଥିଲେ। ଶିକ୍ଷକ ରାଜେନ୍ଦ୍ର ବେହେରା ସଭା ପରିଚାଳନା କରିଥିଲେ। ଶିକ୍ଷକ ଗଣେଷ ଶବର,ଶିକ୍ଷୟିତ୍ରୀ କୁନି ଦାସ, ସସ୍ମିତା ଶବର,ମଧୁମିତା ଗମାଙ୍ଗ, ପ୍ରିୟାମଣୀ ଶବର ,ପାଚକ ଧରମା ଶବର, ନାରାୟଣ ଶବର ହେମଲତା କୈବର୍ତ୍ତ, ଅଞ୍ଜଳୀ ଶବର ଓ ପଦ୍ମାବତୀ ଶବର ସହଯୋଗ କରିଥିଲେ ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ଦିଲୀପ କୁମାର ଚୌଧୁରୀ ଧନ୍ୟବାଦ ପ୍ରଦାନ କରିଥିଲେ।








