ସନ୍ତରାଗଡିଆ ଶିଶୁବିକାଶ ବିଦ୍ୟା ମନ୍ଦିର ଷଷ୍ଠ ବାର୍ଷିକ ଉତ୍ସବ।

👇समाचार सुनने के लिए यहां क्लिक करें

ନୀଳଗିରି, ୩୧/୩(ସିଧାସମ୍ବାଦ); ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତ ସନ୍ତରାଗଡିଆ
ଶିଶୁ ବିକାଶ ବିଦ୍ୟା ମନ୍ଦିର ରେ ଷଷ୍ଠ ବାର୍ଷିକ ଉତ୍ସବ ଉତ୍ସବ ପାଳିତ ହୋଇଯାଇଛି।
ଏହି ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତାପସ ମହାନ୍ତି, ସମ୍ମାନିତ ଅତିଥି ଭାବରେ ହିନ୍ଦୁ ନେତା ବାଦଲ ପଣ୍ଡା, ମୁଖ୍ୟ ବକ୍ତା ଡଃ. ପ୍ରକାଶ ମହାପାତ୍ର ମଞ୍ଚାସିନ ଥାଇ ଉପସ୍ଥିତ ଅଭିଭାବକ ମାନଙ୍କୁ ଶିକ୍ଷା ର ସଂସ୍କାର ଓ ଶିଶୁ ମାନଙ୍କର ଉତ୍ତମ ଆଚରଣ ହିଁ ଉତ୍ତମ ମଣିଷ ଗଠନ ହେବାର ସହାୟକ ହୋଇ ପାରିବ ବୋଲି ତାଙ୍କ ବକ୍ତବ୍ୟରେ ମାର୍ଗ ଦର୍ଶନ କରିଥିଲେ । ଶିଶୁ ବିକାଶ ର ସମ୍ପାଦକ ଅଜିତ୍ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶଶିକାନ୍ତ ବେହେରା ବାର୍ଷିକ ବୀବରଣୀ ପାଠ କରିଥିଲେ। ଶିଶୁ ବିକାଶ ଉପଦେଷ୍ଟା ସଭ୍ୟ ଅଧ୍ୟକ୍ଷତା କରିଥିବାବେଳେ ଗୁରୁମା ସସ୍ମିତା ସ ମଞ୍ଚ ପରିଚାଳନା କରିଥିଲେ। ସଭା କାର୍ଯ୍ୟ ଶେଷରେ ଶିଶୁ ମାନଙ୍କ ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥିଲା । ସ୍ଥାନୀୟ ନୃତ୍ୟ ଶିଳ୍ପୀ ପ୍ରଶାନ୍ତ ରାଉତ,ଗୁରୁମା ପଦ୍ମିନୀ ରାଉଳ,ସାଇପ୍ରଭା ପାଣିଗ୍ରାହୀ, ଵନୀତା ରାଣୀ ଖଟୁଆ,ମଧୁସ୍ମିତା ବାରିକ୍, ଗୁରୁଜୀ ପ୍ରିୟ ରଞ୍ଜନ ବେହେରା,କାର୍ତ୍ତିକେଶ୍ୱର ବାରିକ୍, ଶିଶୁ ସେଵିକା ସୁଲୋଚନା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଉପଦେଷ୍ଟା ସଭ୍ୟ କୈଳାସ ରାଉତ,ଟୁନୁ ପଟ୍ଟନାୟକ ଓ କାର୍ତ୍ତିକ ଓଝା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें