ନୀଳଗିରି, ୩/୪ (ସିଧାସମ୍ବାଦ); ନୀଳଗିରି ଉପଖଣ୍ଡରେ ଥିବା ଲଘୁ ଖଣିଜ ଦ୍ରବ ଦିବାରାତ୍ର ବେଧଡକ ଭାବେ ଲୁଟ ହୋଇ ଚାଲିଥିବା ବେଳେ ପ୍ରଶାସନର ନିରବକୁ ନେଇ ସାଧାରଣ ରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି | ବିଶେଷ କରି ଡେଙ୍ଗାସାହି ଗ୍ରାମ ନିକଟ ବାଦାମ ପାହାଡ଼କୁ କିଛି ପଥର ମାଫିଆ ଦିବା ରାତ୍ର ପଥର ଫଟାଇବା ପରେ ଲେବର ଲଗାଇ ଚିପ୍ସ, ମେଟାଲ ତିଆରି କରି ଟ୍ରକ, ଟ୍ରାକ୍ଟର ଯୋଗେ ବାହାରକୁ ଚୋରା ଚାଲାଣ କରାଯାଇ ମାଫିଆ ମାଲେ ମାଲ ହେଉଥିବା ବେଳେ ରାଜସ୍ବ ହାନି ହେଉଛି | ସ୍ଥାନୀୟ ପ୍ରଶାସନ ସବୁ ଜାଣି ସୁଣି କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିବାକୁ ନେଇ ଅଞ୍ଚଳବାସି ପ୍ରଶାସନ ଉପରେ ଅଙ୍ଗୁଳି ଉଠାଇଛନ୍ତି | ଏହି ବାଦାମ ପାହାଡ଼ ଦିନେ ଭରପୁର ମାତ୍ରାରେ ଜଙ୍ଗଲ ଥିଲା | ପଥର ମାଫିଆଙ୍କ ଲୁଲୁପ ଦୃଷ୍ଟି ଏହି ପଥର ଖାଦାନ ଉପରେ ପଡିବା ଫଳରେ ଏବେ ବିରାଟ ବିରାଟ ପୋଖରୀ ହୋଇଯାଇଛି | ସ୍ଥାନୀୟ ଆଦିବାସୀ ବସ୍ତିର ଲୋକେ ଗାଈ ଗରୁ ଚରାଇବାକୁ ଯାଉଥିବା ବେଳେ ଉକ୍ତ ଗର୍ତ୍ତରେ ପଡ଼ି ଧନ ଜୀବନ କେତେବେଳେ ଯେ ଚାଲିଯିବ କିଏ କହିପାରିବ | ଏବେ ଠାରୁ ବେଆଇନ ପଥର ଉତ୍ତୋଳନରେ ପ୍ରଶାସନ ରୋକ ନ ଲଗାଇଲେ ମିତ୍ରପୁର ଅଞ୍ଚଳ ରେ ଥିବା କାଠଗୋଛି, ପଥର ଖାଦାନ ଭଳି ଅବସ୍ଥା ହୋଇଯିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ଜୋର ଧରିଛି | ବେଳହୁଁ ସାବଧାନ ନୀତିରେ ଯଦି ପ୍ରଶାସନ ପକ୍ଷରୁ ରୋକ ଲଗା ନ ଯାଏ ତେବେ ଆଗାମୀ ଦିନରେ ବିଷମ ସମସ୍ୟା ସୃଷ୍ଟି ହେବ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି 





