ନୀଳଗିରି, ୪/୪(ସିଧାସମ୍ବାଦ); ଉତ୍କଳ ଦିବସ ଅବସରରେ ନୀଳଗିରି ଉପଖଣ୍ଡ ଔପଦା ବ୍ଳକ ଅନ୍ତର୍ଗତ କାଣ୍ଡଗରଡ଼ି ପଞ୍ଚାୟତ ସିଂହବାହିନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କରୁଣାକର ମହାପାତ୍ର ଙ୍କୁ ପୁରାତନ ଛାତ୍ର ସଂସଦ ତରଫରୁ ବିଦାୟ କାଳୀନ ସମ୍ବର୍ଧନା ଦିଆଯାଇଛି | ଆୟୋଜିତ ସଭାରେ ଶିକ୍ଷକ ଙ୍କୁ ଉପଢୌକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା | ଅନୁଷ୍ଠିତ ସଭାରେ ବିଦ୍ଯାଳୟ କମିଟି ର ପୂର୍ବତନ ସମ୍ପାଦକ ଗୟାଧର ପରିଡ଼ା ସଭାପତିତ୍ବ କରିଥିବା ବେଳେ ବିଦାୟୀ ଶିକ୍ଷକ ବିଜୟ ନାୟକ ମଞ୍ଚ ପରିଚାଳନା କରିଥିଲେ | ମୂଖ୍ୟ ଅତିଥି ଭାବେ ବାବା ପଂଚଲିଙ୍ଗେଶ୍ବର ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଶାନ୍ତ ବେହେରା, ମୂଖ୍ୟବକ୍ତା ଭାବେ ରାଷ୍ଟ୍ର ପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରାଙ୍ଗ ପରିଡ଼ା, ସମ୍ମାନିତ ଅତିଥି ଭାବେ ଶ୍ରୀକାନ୍ତ ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ରାଉତ, ମହେଶ୍ୱର ମହାଳିକ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ | ସନ୍ତରାଗଡ଼ିଆ ନୋଡାଲ ବିଦ୍ଯାଳୟର ସହକାରୀ ଶିକ୍ଷକ ବିଦ୍ଯାଧର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ଯାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା | ଶେଷରେ ପୁରାତନ ଛାତ୍ର ସଂସଦର ସଦସ୍ୟ ଦିପ୍ତୀକାନ୍ତ ପରିଡ଼ା ଧନ୍ଯବାଦ ଅର୍ପଣ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ବିଦ୍ଯାଳୟର ଶିକ୍ଷୟତ୍ରୀ ସରୋଜିନୀ ଦାସ, ଶିକ୍ଷକ ବିଦ୍ଯାଧର ଦାସ, ସମସ୍ତ କର୍ମଚାରୀ, ପୁରାତନ ଛାତ୍ର ଦିବାକର ନାୟକ, ଅଜୟ ପାଣିଗ୍ରାହୀ, ବ୍ଯୋମକେଶ ମହାପାତ୍ର, ମାନସ ପରିଡ଼ା ସମେତ ସ୍ଥାନୀୟ ଗ୍ରାମବାସୀ, ଅଧ୍ୟାୟନରତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥାଇ ପରିଚାଳନାରେ ସହଯୋଗ କରିଥିଲେ |




