ନୀଳଗିରି, ୯/୪(ସିଧାସମ୍ବାଦ); ନୀଳଗିରି ବ୍ଲକ ମିତ୍ରପୁର ସ୍ଵର୍ଣଚୂଡ଼ କଲେଜରେ ଯୁକ୍ତ ତିନି ଛାତ୍ରୀ ଆତ୍ମସୁରକ୍ଷା ଶିବିର ଉଦଯାପିତ ହୋଇଯାଇଛି | ଗତ ମାସ ୨୮ ତାରିଖରେ ଶିବିରକୁ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶକ୍ତି ପ୍ରସନ୍ନ ଚାନ୍ଦ ଉଦଘାଟନ କରିଥିଲେ | ଉକ୍ତ କଲେଜର ଅଧ୍ୟାପିକା ଶ୍ରୀମତୀ ରଶ୍ମିତା ପଣ୍ଡା, ସ୍ମରଣିକା ଧଳ , ମାନସୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଚାଲିଥିବା ଏହି ଆଠ ଦିନିଆ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷିକା ରଞ୍ଜିତା ସ୍ୱାଇଁ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷାର ବିଭିନ୍ନ କଳା କୌଶଳର ତାଲିମ ପ୍ରଦାନ କରିଥିଲେ | ଉଦଯାପନୀ ଦିବସରେ ତାଲିମ ପ୍ରାପ୍ତ ୧୧୦ ଜଣ ଛାତ୍ରୀଙ୍କୁ ମହା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚାନ୍ଦ ପୁରସ୍କାର ପତ୍ର ପ୍ରଦାନ କରିଥିଲେ | “ନାରୀ ସଶକ୍ତିକରଣ ରେ ଆତ୍ମ ସୁରକ୍ଷାର ତାଲିମ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ” ଅଧ୍ୟକ୍ଷଙ୍କ ଦ୍ୱାରା ଏକ ସାରଗର୍ଭକ ଭାଷଣ ପ୍ରଦାନ କରାଯାଇଥିଲା | ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ଉଦଯାପନୀ ସଭା ଆୟୋଜିତ ହୋଇଥିଲା ବେଳେ ଏଥିରେ ଆତ୍ମ ସୁରକ୍ଷା ବିଭାଗର ଅନ୍ୟତମ ସଦସ୍ୟା ଅଧ୍ୟାପିକା ଉତ୍କର୍ଷା ଦାସ ଏବଂ ଡ. ନବନିତା ଦାସ ଙ୍କ ସକ୍ରିୟ ସହଯୋଗରେ ସଭାକାର୍ଯ୍ୟ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା |






