ନୀଳଗିରି, ୧୬/୪(ସିଧାସମ୍ବାଦ); ଭୋର ସମୟରେ ଚାଲି ଚାଲି ବ୍ୟାୟାମ କରିବାକୁ ଯାଉଥିବା ବେଳେ ଭାଲୁ ଆକ୍ରମଣ ରେ ଶିକାର ହୋଇ ଥିଲେ ଦୁଇଜଣ, ତେବେ ସେମାନେ ମୃତ୍ୟୁ ମୂଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ | ଏଭଳି ଏକ ଅଘଟଣ ଘଟିଛି ନୀଳଗିରି ବ୍ଳକ ଅନ୍ତର୍ଗତ ଆରବନ୍ଧ ପଞ୍ଚାୟତ ଆରବନ୍ଧ ଗ୍ରାମର ଅବକାଶ ନାୟକ (୨୬)ଏବଂ ନିଳୟନ୍ତୀ ବିଶ୍ୱାଳ (୫୦), ଆଜି ଭୋର ସମୟରେ ଆଗପଛ ହୋଇ ଆରବନ୍ଧ ହାଇସ୍କୁଲ ପାଖାପାଖି ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଏକ ଭାଲୁ ହାବୁଡ଼ରେ ପ୍ରଥମେ ଅବକାଶ ପଡ଼ିଥିଲେ | ଭାଲୁ ସହିତ ଅବକାଶ ର କିଛି ସମୟ ଲଢେଇ ଚାଲିଥିଲା | ଏଥିରେ ଭାଲୁଟି କାମୁଡି ଦେବାରୁ ତାଙ୍କର ବାମ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା | ପଛରେ ଆସୁଥିବା ନିଳୟନ୍ତୀ ମଧ୍ୟ ଭାଲୁ ଆକ୍ରମଣରେ ଶିକାର ହୋଇଥିଲେ | ଏଥିରେ ନିଳୟନ୍ତୀଙ୍କର ପିଠିରେ ଭାଲୁ କାମୁଡି ଗଭୀତ କ୍ଷତ ସୃଷ୍ଟି ହୋଇଛି | ସ୍ଥାନୀୟଲୋକେ ଉଭୟ ଙ୍କୁ ପ୍ରଥମେ ବରହମପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ନୀଳଗିରି ଡାକ୍ତରଖାନରେ ଭର୍ତ୍ତି କରାଯାଇଛି | ଖବର ପାଇ ସ୍ଥାନୀୟ ସରପଞ୍ଚ କୁଳମଣି ନାୟକ ହସ୍ପିଟାଲରେ ପହଂଚି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ଆସୁ ଆରୋଗ୍ୟ କାମନା କରିଥିଲେ |




