ହସ୍ପିଟାଲ ସମସ୍ୟା ନେଇ ଧାରଣା ଦେବାକୁ ଆସିଥିଲେ ଜନଜାତି ସମ୍ପ୍ରଦାୟ । ପ୍ରଶାସନ ଦେଲାନି ଅନୁମତି |

👇समाचार सुनने के लिए यहां क्लिक करें

ନୀଳଗିରି, ୧୬/୪(ସିଧାସମ୍ବାଦ); ହସ୍ପିଟାଲ ସମସ୍ୟା ନେଇ ଧାରଣା ଦେବାକୁ ଆସିଥିଲେ ଜନଜାତି ସମ୍ପ୍ରଦାୟ।ପ୍ରଶାସନ ଦେଲାନି ଅନୁମତି | ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ହସ୍ପିଟାଲ ବିଭିନ୍ନ ଅବ୍ୟବସ୍ଥା ଭିତରେ ଗତି କରୁଛି।ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ପଦ ଫାଙ୍କାପଡିଛି।ରୋଗୀ ଚିକିତ୍ସା ପାଇଁ ଆସିଲେ ସାମାନ୍ୟ ରୋଗକୁ ନେଇ ବାଲେଶ୍ଵର ମୁଖ୍ୟ ହସ୍ପିଟାଲକୁ ରେଫେର କରାଯାଉଛି।ଫଳରେ ଆଦିବାସୀ ବହୁତ ଅଞ୍ଚଳରେ ଗରିବ ଲୋକମାନେ ବାଲେଶ୍ଵର ଯାଇ ଅଧିକା ଖର୍ଚ୍ଚରେ ପଡୁଥିବା ଅଭିଯୋଗ ଉଠିଛି। ୭ଦିନ ପୂର୍ବରୁ ନୀଳଗିରି ଜନଜାତି ସୁରକ୍ଷା ମଞ୍ଚ ତରଫରୁ ହସ୍ପିଟାଲ ଆଗରେ ଏକ ଗଣଧାରଣା ନେଇ ଅନୁମତି ମଗାଯାଇଥିଲା।ହେଲେ ଧାରଣା ପାଇଁ ପ୍ରଶାସନ ଅନୁମତି ନଦେବାରୁ ଆଜି ଅସନ୍ତୋଷ ବ୍ୟାପିଛି।ଜନଜାତି ସମ୍ପ୍ରଦାୟ ଆଜି ସହର ପରିକ୍ରମା କରି ଉପଜିଲ୍ଲାପାଳ ଅଫିସରେ ପହଁଚି ପ୍ରତିବାଦ କରିବା ସହ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें