ଜଳିଗଲା ୨ଟି ପରିବାରର ୬ ବଖରା ଘର।

👇समाचार सुनने के लिए यहां क्लिक करें

ନୀଳଗିରି,୧୮/୦୪(ସିଧାସମ୍ବାଦ);
ନିମପାଳ ଗ୍ରାମରେ ଜଳିଗଲା ୨ଟି ପରିବାରର ୬ ବଖରା ଘର । ନିନିମଣୀ ସିଂଙ୍କ ୩ ବଖରା ଘର ଜଳିଥିବା ବେଳେ ଗୌରୀମଣି ସିଂଙ୍କ ୩ ବଖରା ଘର ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁର କାରଣ ଅସ୍ପଷ୍ଟ। ସୂଚନା ଅନୁଯାୟୀ ଗୁରବାର ଅପରାହ୍ନରେ ନୀଳଗିରି ବ୍ଲକ ନରସିଂହପୁର ପଞ୍ଚାୟତ ନିମପାଳ ଗ୍ରାମର ନିନିମଣୀ ସିଂଙ୍କ ଘରେ କୌଣସି କାରଣବଶତଃ ହଠାତ ନିଆଁ ଲାଗିଥିଲା। କେହି ଘରେ ନଥିବା କାରଣରୁ ତୁରନ୍ତ ନିଆଁ ଲାଗି ଘରଗୁଡ଼ିକ ହୁତୁହୁତୁ ହୋଇ ଜଳିବା ସହ ପବନ କାରଣରୁ ନିଆଁ ବ୍ୟାପି ନିକଟ ଗୌରୀମଣି ସିଂଙ୍କ ଘରେ ଲାଗି ଜଳିବାକୁ ଆରମ୍ଭ କରିଥିଲା। ଗୌରୀମଣୀଙ୍କ ପରିବାର ଲୋକେ ବାହାରକୁ ଦୌଡ଼ିଆସି ଜୀବନ ବଞ୍ଚାଇବା ସହ ନୀଳଗିରି ଅଗ୍ନିଶମ ବାହିନୀକୁ ଅବଗତ କରିଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ମୋଟ ୬ ବଖରା ଚାଳଘର ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ହେଲେ ନିଆଁ ଲାଗିବାର କାରଣ ଏଯାବତ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ ବୋଲି ଅନୁମାନ କରାଯାଉଛି। ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ଉଭୟ ପରିବାରର ଲୋକେ।

Sidha Sambad
Author: Sidha Sambad

Leave a Comment

और पढ़ें