ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ନେଇ ସାମ୍ବାଦିକଙ୍କ ଅଭିନବ ପ୍ରୟାସ |

👇समाचार सुनने के लिए यहां क्लिक करें

ନୀଳଗିରି,୨୧/୪(ସିଧାସମ୍ବାଦ);
ଯେଉଁ ମହାପରୁଷ ମାନେ ଦେଶ ମାତୃକା ପାଇଁ କିଛି ଅବଦାନ ଓ ବଳିଦାନ ଦେଇଥାନ୍ତି ତାଙ୍କର ଜୟନ୍ତୀ କିମ୍ବା ବଳିଦାନ ଦିବସରେ ତାଙ୍କର ପ୍ରତିମୂର୍ତ୍ତି କଥା ମନେ ପକାଇଥାନ୍ତି।ଅବଶିଷ୍ଟ ଦିବସରେ ଧୂଳି ଧୁସରରେ ପ୍ରତିମୂର୍ତ୍ତି ପଡିରହିଥିବା ଦେଖାଯାଏ।ଆଜି ହେଉଛି ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ।ଆଜିର ଦିବସ ଅନେକ କିଛି ଶିଖିବାକୁ ମିଳେ।ହେଲେ ଆଜିର ଦିବସ କୁ ସତେ ଯେପରି ସମସ୍ତେ ଭୁଲି ଯାଇଛନ୍ତି।ତେବେ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ନିଉଜ-୭ ଓ ପ୍ରମେୟ ପରିବାର ତରଫରୁ ସାମ୍ବାଦିକ ବ୍ରଜକିଶୋର ପାଣିଙ୍କ ନେତୃତ୍ୱରେ ନିଆଯାଇଛି ଏକ ନିଆରା ପ୍ରୟାସ। ନୀଳଗିରିରେ ଥିବା ସମସ୍ତ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତି ଗୁଡିକ ସଫେଇ କରିବା ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।ବାଇପାସ ଠାରେ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି,ଏନଏସି ଅଫିସ ଆଗରେ ଥିବା ପ୍ରଥମ ନଗରପାଳ କ୍ଷିତିଶ ରାୟ, ଉପଜିଲ୍ଲାପାଳ ଅଫିସ ପରିସରରେ ମଧୁବାବୁ,କେସି ହାଇସ୍କୁଲ ପରିସରରେ ଗୋପବନ୍ଧୁ,ମହାତ୍ମାଗାନ୍ଧି, ମଧୁବାବୁ,ଫକୀରମୋହନ,ସୁବାଷ ଚନ୍ଦ୍ର ବୋଷ,ରାଜା କିଶୋର ଚନ୍ଦ୍ର ମର୍ଦ୍ୱରାଜ ହରିଚନ୍ଦନ,କୈଳାସଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ଧୋଇ ସଫେଇ କରିବା ପରେ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।ଏନେଇ ସାମ୍ବାଦିକ ବ୍ରଜକିଶୋର ପାଣି ଏଭଳି ନିଆରା କାର୍ଯ୍ୟକ୍ରମର ମଙ୍ଗ ଧରିଥିଲେ।ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ଅଫିସ ପ୍ରସରରେ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ କେସିହାଇସ୍କୁଲ ର ପ୍ରଧାନ ଶିକ୍ଷକ ଭୀମସେନ ବିଶ୍ୱାଳ,ସ୍କୁଲ ପରିଚାଳନା କମିଟିର ସଭାପତି ଲକ୍ଷ୍ମୀଧର ରାଉଳ,ଶିକ୍ଷକ ଓ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ମାନେ ଏହି ନିଆରା କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସରେ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ତେବେ ଦେଶ ମାତୃକା ପାଇଁ ଯେଉଁ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତି କୁ କେବେ ଅବହେଳା ନକରିବାକୁ ସମସ୍ତେ ଶପଥ ନେଇଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें