ରାସନ କାର୍ଡ ଥାଇ ୪ ବର୍ଷ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ | ଡିଲରଙ୍କୁ ରାସନ ମାଗିଲେ ମିଳୁଛି ଅସଭ୍ୟ ଗାଳି | ନ୍ୟାୟ ପାଇଁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ତ |

👇समाचार सुनने के लिए यहां क्लिक करें

ନୀଳଗିରି, ୨୧/୪(ସିଧାସମ୍ବାଦ); ବେସାହାରା,ଦିନ ଦୁଃଖି ଗରିବ ଶ୍ରେଣୀର ହୋଇଥିବା ବେଳେ ଯୋଗ୍ୟ ହିତାଧିକାରୀ ବିବେଚିତ ହେବା ପରେ ଗତ ୪ ବର୍ଷ ତଳେ ସରକାରଙ୍କ ପକ୍ଷରୁ ମିଳିଥିଲା ଏକ ରାସନ କାର୍ଡ | କିନ୍ତୁ ଅଦ୍ୟାବଧି ରାସନ ପାଇବାରୁ ବଞ୍ଚିତ ହେବାପରେ ନ୍ୟାୟ ପାଇଁ ଉପଜିଲ୍ଲା ପାଳଙ୍କ ଠାରେ ଦ୍ୱାରସ୍ତ ହୋଇଥିବା ଜଣାପଡ଼ିଛି | ହସ୍ତଗତ ସୂଚନା ମୁତାବକ ନୀଳଗିରି ବ୍ଳକ ଆରବନ୍ଧ ପଞ୍ଚାୟତ ଭଣ୍ଡଗାଁ ଗ୍ରାମର ସ୍ବର୍ଗତ ଦାମୋଦର ପାଡିଆଡ଼ିଆ ଓ ତାଙ୍କ ସ୍ତ୍ରୀ ସ୍ବର୍ଗୀୟା ରୁଦ୍ର ପାଡିଆଡ଼ିଆ ଅବିବାହିତା ଝିଅ ରାଣୀ ପାଡିଆଡ଼ିଆ (୪୫)ଙ୍କର ପିତା ମାତା ସ୍ୱର୍ଗବାସ କରିବା ପରେ ଝିଅ ରାଣୀ ଏବେ ଏକପ୍ରକାର ବେସାହାରା ହୋଇଯାଇଛି | ସରକାରଙ୍କ ପକ୍ଷରୁ ଗତ ୪ ବର୍ଷ ତଳେ ନମ୍ବର ୧୦୨୦୭୦୨୧୦୬୧୮ ରେ
ଏକ ରାସନ କାର୍ଡ ପାଇଥିଲେ | ସ୍ଥାନୀୟ ଡିଲର ରତ୍ନାକର ବେହେରା ଏବଂ ତାଙ୍କ ଡିଲର କୋଡ଼ ନମ୍ବର ୦୨୦୭ପି୦୪୭ ହୋଇଥିବା ବେଳେ ରାଣୀ ଗତ ୪ ବର୍ଷ ତଳେ ପ୍ରଥମ କରି ନିଜ ନାମରେ ଏକ ରାସନ ପାଇଥିଲେ | ରାସନ କାର୍ଡ ପାଇବା ପରେ ଡିଲର ରତ୍ନାକର ଙ୍କ ପାଖକୁ ରାସନ ସାମଗ୍ରୀ ଆଣିବା ପାଇଁ ଯାଇଥିଲେ | ସେହି ଦିନରୁ ଅଦ୍ୟାବଧି ୪ ବର୍ଷ ବିତିଯାଇଥିଲେ ମଧ୍ୟ ଡିଲର ଜଣକ ରାଣୀଙ୍କୁ ଏକ ଗ୍ରାମ ରାସନ ସାମଗ୍ରୀ ଦେଇନାହାନ୍ତି, କିନ୍ତୁ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଚଞ୍ଚକତା ସହିତ ତାଙ୍କର ସ୍ୱାସ୍ଥ୍ୟ କାର୍ଡ କୁ ମଧ୍ୟ ରଖିଛନ୍ତି | ରାଣୀ ଯେତେ ନେହୁରା ହୋଇ ରାସନ ସାମଗ୍ରୀ ଆଉ ସ୍ୱାସ୍ଥ୍ୟ କାର୍ଡ ମାଗିଲେ ମଧ୍ୟ ଡିଲର ଦେବାରେ ନା ଧରୁନାହାନ୍ତି | ତେବେ ନ୍ୟାୟ ପାଇଁ ସେ ଆଜି ନୀଳଗିରି ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି | ଅଭିଯୋଗ ପାଇବା ପରେ ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିବା ଜଣାପଡ଼ିଛି | ତେବେ ଉକ୍ତ ଡିଲରଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି |

Sidha Sambad
Author: Sidha Sambad

Leave a Comment

और पढ़ें