ଖଣି ଅଧିକାରୀ ଓ କାର୍ଯ୍ୟାଳୟ କିଛି କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରରେ।ବେ ଧଡକ ଚାଲିଛି ପଥର ଓ ବାଲି ଚାଲଣ,,,,,

👇समाचार सुनने के लिए यहां क्लिक करें

ରାୟଗଡ଼ା ଜିଲ୍ଲାର ଗୁଣୁପୁର ପଦ୍ମପୁର ସମେତ ସବୁଠି ବେଆଇନ ଭାବେ ଖଣିଜ ସଂପଦ ଲୁଟ ଚାଲିଛି । ଜିଲ୍ଲା ର ଖଣି ଅଧିକାରୀ ଓ କାର୍ଯ୍ୟାଳୟର କିଛି କର୍ମ ଚାରୀ ମାନଙ୍କ ନିକଟରେ ତଥ୍ୟ ପ୍ରମାଣ ସହ ଅଭିଯୋଗ କରିବା ସତ୍ବେ ମୁକ ବଧିର ଭଳି ରହି ସ୍ଥାଣୁ ପଲଟିଯାଇଥିବା ଭଳି ଭୂମିକା ନିର୍ବାହ କରିଚାଲିଛନ୍ତି । ଖଣିଜ ପଦାର୍ଥ ଲୁଟେରା, ମାଫିଆ ଙ୍କ ସୁରକ୍ଷା ଦାତା ପାଲଟି ଯାଇଛନ୍ତି କିଛି ଅସାଧୁ ସରକାରୀ କର୍ମଚାରୀ। ।
ଅଧିକାରୀ ମାନଙ୍କ କାର୍ଯ୍ୟକଳାପକୁ ଲୋକେ ସନ୍ଦେହ କରୁଛନ୍ତି ।ଏହା ସହ
ଅନ୍ୟ କିଛି ଅଧିକାରୀ ଓ କର୍ମ ଚାରୀ ଙ୍କ ସଲା ସୁତୁରl ରେ ବାଲି ମାଫିଆ, ପଥର ମାଫିଆ, କୋଟି କୋଟି ଟଙ୍କା ର ଖଣିଜ ସଂପଦ ଲୁଟେରା ମାନେ ନିର୍ଭୟରେ ବେଆଇନ ଚାଲାଣ କରୁଥିବା
ଅଭିଯୋଗ ମିଳୁଛି।ଗତ 3 ଦିନ ମଧ୍ୟରେ ଲଗାତାର 2 ଥର ରେଡ ହେବା ବେଳେ ପଥମ ଥର 2 ଲକ୍ଷ୍ୟ 40 ହଜାର ଏବଂ ଦ୍ଵିତୀୟ ରେଡରେ 4 ଲକ୍ଷ୍ୟ ଟଙ୍କା ଜରିମାନା ଆଦାୟ କରିବା ସହ ପଥର ବୋଝେଇ ଗାଡ଼ିକୁ ଥାନାରେ ଅଟକ ରଖିଛି ପଦ୍ମପୁର ପୋଲିସ।
ପ୍ରଶାସନିକ ଓ ଖଣି ବିଭାଗ ଅଧିକାରୀମାନେ ନିଷ୍ଠା ରଖି ଯଦି ଉପଯୁକ୍ତ ପଦକ୍ଷେପ ଗ୍ରହଣ କଲେ ତା ହେଲେ ବିପୁଳ ପରିମାଣର ରାଜସ୍ବ ଆଦାୟ ହୋଇପାରିବ ଏବଂ ଜିଲ୍ଲା ର ବିକାଶ ହୋଇପାରିବ ଓ ସ୍ବାର୍ଥ ବି ହାସଲ ହୋଇପାରିବ ବୋଲି ବୁଦ୍ଧୀଜିବୀ ମାନେ ମତ ରଖିଛନ୍ତି ।

Sidha Sambad
Author: Sidha Sambad

Leave a Comment

और पढ़ें