ନିଳଗିରି,୨୭/୪(ସିଧାସମ୍ବାଦ); ଗତ ୨୬ତାରିଖରେ ପଞ୍ଚଲିଙ୍ଗେଶ୍ଵର ନିକଟରେ ଜଣେ ନାବାଳିକା ଯୁବତୀକୁ କମେଟ୍ ମାରି ଆକ୍ରମଣ କରିବା ସହ ନାବାଳିକା ଯୁବତୀର ସମ୍ପର୍କୀୟ କକା ମଧ୍ୟ ଆକ୍ରମଣରେ ଶିକାର ହେବା ଘଟଣାରେ ସ୍ଥାନୀୟ ଲୋକେ ଦୁଇ ଯୁବକକୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ପରେ ନିଳଗିରି ପୋଲିସ ବାଲେଶ୍ଵର ଫୁଲାଡ଼ି ଅଞ୍ଚଳର ବେଲ ବାଡ଼ିଆ ଗ୍ରାମର ଚନ୍ଦନ ଜେନା (୨୩), ଗୌତମ ଜେନା (୨୦) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ନିଳଗିରି ଥାନାରେ ୧୪୪/୨୫ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଦଫା ୧୨୬(୨),
୨୯୬,୧୧୫,୨୧୭(୪),୩୫୧(୨)(ସି)(୫)ରେ ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା, ବେଲ ନାମାଂଜୁର ହେବାରୁ
ପରେ ଜେଲ ହଜାତ କୁ ପଠାଇ ଦିଆଯାଇଛି | ତଦନ୍ତକାରୀ ଅଫିସର ଈଶ୍ୱରପୁର ଫାଣ୍ଡି ଅଧିକାରୀ ଖଗେନ୍ ମହାଳିକ ତଦନ୍ତ ଚଳାଇଛନ୍ତି |





