ଶକ୍ତି ଓ ଆଇ.ଟି ପ୍ରମୁଖସଚିବ ବିଶାଲ ଦେବଙ୍କ ନୀଳଗିରି ଗସ୍ତ।

👇समाचार सुनने के लिए यहां क्लिक करें

ନୀଳଗିରି- ୨୯/୪(ସିଧାସମ୍ବାଦ);
ବାଲେଶ୍ବର ଗସ୍ତରେ ଆସିଥିବା ଶକ୍ତି ଓ ଆଇ.ଟି ବିଭାଗର ପ୍ରମୁଖସଚିବ ବିଶାଲ୍ ଦେବ ମଙ୍ଗଳବାର ପୂର୍ବାହ୍ନରେ ନୀଳଗିରି ବ୍ଲକ ଗସ୍ତ କରିଛନ୍ତି।ଏହି ଗସ୍ତ ଅବସରରେ ଶ୍ରୀ ଦେବ ନୀଳଗିରି ଉପଖଣ୍ଡ ହସ୍ପିଟାଲ୍ ପରିଦର୍ଶନ କରିଥିଲେ।ଡାକ୍ତରଖାନାର ବିଭିନ୍ନ ବିଭାଗ ପରିଦର୍ଶନ କରିବାସହ ରୋଗୀ ଓ ଡାକ୍ତରମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।କିଛି ରୋଗୀ ଯକ୍ଷ୍ମାଔଷଧ ମିଳୁନଥିବା,ରୋଗୀ ତଳେ ଶୋଉଥିବା,ଦୀର୍ଘଦିନ ଧରି ଜଣେ ଡାକ୍ତର ବିଭିନ୍ନ ଆଳଦେଖାଇ ହସ୍ପିଟାଲ୍ ଛାଡୁନଥିବା ଅଭିଯୋଗ କରିବା ସହ ବନ୍ଦ ରହିଥିବା ବିଭିନ୍ନ ବିଭାଗ ଓ ଡାକ୍ତର ପଦବୀ ଗୁଡିକୁ ପୂରଣ କରିବାକୁ ଦାବୀ ହୋଇଥିଲା।ପରେ ଶ୍ରୀ ଦେବ ନୀଳଗିରିର ସର୍ବପୁରାତନ କେସି ହାଇସ୍କୁଲ,
ଅଯୋଧ୍ୟାରେ ଚାଲିଥିବା ମେଗା ଜଳଯୋଗାଣ ପ୍ରକଳ୍ପ ବୁଲି ଦେଖିବା ସହିତ ସଜନାଗଡ଼ ମାଭୂଧାରଚଣ୍ଡୀ ମନ୍ଦିରରେ ପହଞ୍ଚି ସମୀକ୍ଷା କରିବା ସହିତ ମା ଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ।ଏହିଗସ୍ତ କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ଯବଂଶୀ ମୟୁରବିକାଶ,ବାଲେଶ୍ବର ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦରାଜ ସିର୍କେ,ଅତିରିକ୍ତ ଜିଲ୍ଲା ପାଳ ସୁଧାକର ନାୟକ,ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ,ନୀଳଗିରି ବିଡିଓ ବିକ୍ରମ କିଶୋର ପରିଡା,ତହସିଲଦାର ସୋନମ ଦାସ,ଏନଏସି ନିର୍ବାହୀ ଅଧିକାରୀ ଆୟୁଷ୍ମାନ ପରିଡା,
ବାଲେଶ୍ୱର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें