ସାଙ୍ଗ ର ଦୁଆରେ ସାଙ୍ଗର ଶବ ରଖି ପ୍ରତିବାଦ ମାରିଦେଇଥିବା ଅଭିଯୋଗ

👇समाचार सुनने के लिए यहां क्लिक करें

ବୋଲଗଡ (ସିଧା ସମ୍ବାଦ)ବୋଲଗଡ ବ୍ଲକ ମାଣିବନ୍ଧ ପଞ୍ଚାୟତ ଏକଡାଳିଆ ଗ୍ରାମରେ ଜଣେ ନାବାଳିକା ର ଶବକୁ ତାର ସାଙ୍ଗ ଘର ଆଗରେ ରଖି ପରିବାର ପ୍ରତିବାଦ କରିଛନ୍ତି ଘଟଣାରୁ ପ୍ରକାଶ ସେହି ଗ୍ରାମର ଅନ୍ତର୍ଯ୍ୟାମୀ ସାହୁଙ୍କ ଝିଅ ପ୍ରିୟମ୍ବଦା (୯)ଏବଂ ମହେଶ ସାହୁଙ୍କ ପୁଅ ଆଶିଷ (୧୪)ଗ୍ରାମର ମହାଦେବଙ୍କ ପୋଖରୀକୁ ଗାଧୋଇବାକୁ ଯାଇଥିଲେ. ଏହିସମୟରେ ପ୍ରିୟମ୍ବଦା ଗଭୀର ପାଣିକୁ ଚାଲିଯାଇ ବୁଡ଼ିଯାଇଥିଲେ. ଆଶିଷ ଗ୍ରାମବାସୀ ଙ୍କୁ ଡାକ ପକାଇଥିଲେ. ଲୋକେ ନାବାଳିକାକୁ ଉଦ୍ଧାର କରି ରାଜସୁନାଖଳା ଡାକ୍ତରଖାନା କୁ ନେଇଥିଲେ. ସେଠାରେ ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଥିଲେ. ବେଗୁନିଆ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତରିତ କରିଥିଲେ. ମାତ୍ର ନାବାଳିକାର ପରିବାର ଝିଅକୁ ତାର ସାଙ୍ଗ ଆଶିଷ ପାଣିକୁ ଠେଲି ମାରିଦେଇଥିବା ଅଭିଯୋଗ କରିଛନ୍ତି. ଝିଅର ଶବକୁ ମହେଶ ସାହୁଙ୍କ ଘର ଆଗରେ ରଖି ପ୍ରତିବାଦ କରୁଛନ୍ତି. ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି. ଅନ୍ୟପକ୍ଷରେ ଅନ୍ତର୍ଯ୍ୟାମୀ ସାହୁଙ୍କ ଅଭିଯୋଗ କୁ ନେଇ ତଦନ୍ତ କରୁଛନ୍ତି ତେବେ ପ୍ରିୟମ୍ବଦା ୫ମ ଶ୍ରେଣୀର ମେଧାବୀ ଛାତ୍ରୀ. ତାଙ୍କର ମୃତ୍ୟୁରେ ଗ୍ରାମରେ ଶୋକାକୁଳ ପରିବେଶ ଦେଖାଯାଇଛି ରିପୋର୍ଟ ଲେଖାହେବା ଯାଏଁ ଶବ ପଡିରହିଥିଲା

Sidha Sambad
Author: Sidha Sambad

Leave a Comment

और पढ़ें