କଂଗ୍ରେସ ପକ୍ଷରୁ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ବୋଲଗଡ (ସିଧା ସମ୍ବାଦ)ଅପରେସନ ସିନ୍ଦୁର ରେ ଶହୀଦ ହୋଇଥିବା ଯବାନ ମାନଙ୍କୁ ଜାତୀୟ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା. ଗତ ସନ୍ଧ୍ୟାରେ aପିଚୁକୁଳି ଆଦର୍ଶ ବିଦ୍ୟାଳୟ ଠାରୁ କଂଗ୍ରେସ କର୍ମୀ ମାନଙ୍କ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି.ଥିଲା.ପରେ ବାବା ନୀଳକଣ୍ଠେଶ୍ଵର ଦେବଙ୍କ ମନ୍ଦିର ନିକଟରେ ପହଞ୍ଚିଥିଲା ବରିଷ୍ଠ କଂଗ୍ରେସ କର୍ମୀ ପ୍ରକାଶ ରଥଙ୍କ ଆବାହକତ୍ୱରେ ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକ ବରିଷ୍ଠ ନେତା ପୃଥ୍ୱୀବଲ୍ଲଭ ପଟ୍ଟନାୟକ ମନୋରଞ୍ଜନ ପଟ୍ଟନାୟକ ସେବାଦଳ ସଦସ୍ୟ ମନୋଜ ସାହୁ ଜୟକୃଷ୍ଣ ପ୍ରହରାଜ ଧୀରେସ ମହାପାତ୍ର ସନ୍ତୋଷ ପ୍ରଧାନ ପ୍ୟାରୀ ମୋହନ ଦାସ ବିଜୟ ସେଠି ନବ କିଶୋର ପଣ୍ଡା ଦିବାକର ରାଉତ ପ୍ରମୁଖ ଶତାଧିକ କର୍ମକର୍ତ୍ତା ଯୋଗଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ. ଯବାନ ମାନଙ୍କ ଆତ୍ମା ସଦଗତି କାମନା କରି ବାବା ନୀଳକଣ୍ଠେଶ୍ଵର ଙ୍କ ନିକଟରେ ଦୀପଦାନ କରିଥିଲେ.ଭାରତ ପାକିସ୍ଥାନ ଯୁଦ୍ଧ ରେ ଅସୀମ ବୀରତ୍ୱ ପ୍ରଦର୍ଶନ କରି ଆମର ଯବାନ ମାନେ ଶହୀଦ ହୋଇଛନ୍ତି. ସେମାନଙ୍କ ସ୍ମୃତି ଭାରତ ଇତିହାସରେ ସ୍ୱର୍ଣ୍ଣାକ୍ଷର ରେ ଲିପିବଦ୍ଧ ହୋଇରହିବ ବୋଲି ଆଶା କରିଥିଲେ. ପରିଶେଷରେ ଜୟ ଯବାନ ନାରାରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା.




