ଅପରେସନ ସିନ୍ଦୁରର ସଫଳତା ନେଇ ଉତ୍ସାହ

👇समाचार सुनने के लिए यहां क्लिक करें

ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ (ସିଧା ସମ୍ବାଦ) ସୁଦୂର ଜମ୍ମୁ-କାଶ୍ମୀରରେ ପାକିସ୍ଥାନ ଦ୍ଵାରା ସମର୍ଥିତ ଆତଙ୍କବାଦ ତୀବ୍ର ରୁପ ନେବାସହ ପେହେଲଗାଁରେ ପର୍ଯ୍ୟଟକଙ୍କୁ ବର୍ବରୋଚିତ ହତ୍ୟା ଘଟଣାର କଡା ଜବାବ ଦେଇଛି ଭାରତୀୟ ସେନାବାହିନୀ। ଅପରେସନ ସିନ୍ଦୁର ଜରିଆରେ ପାକିସ୍ଥାନ ସମର୍ଥିତ ଆତଙ୍କୀଙ୍କୁ ଭାରତୀୟ ସେନା ନିପାତ କରିବା ସହିତ ପରାକ୍ରମ ଦେଖାଇଛି। ଏ ପରିପ୍ରେକ୍ଷୀରେ ଖଣ୍ଡପଡ଼ା ବ୍ଲକ ବିଜେଡି ପକ୍ଷରୁ ଭାରତୀୟ ସେନାବାହିନୀକୁ ସମର୍ଥନ କରାଯାଇଥିବା ବେଳେ ସହିଦ ହୋଇଥିବା ନିରୀହ ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ବ୍ଲକ ସରପଞ୍ଚ ଓ ସମିତିସଭ୍ୟ ସଂଘ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ଅଧ୍ୟକ୍ଷା ଉପମା ବେହେରା, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ବ୍ଲକ ବିଜେଡ଼ି ସଭାପତି ବିଜୟ ତ୍ରିପାଠୀ, ସରପଞ୍ଚ ସଂଘ ସଭାପତି ଗୀତାଞ୍ଜଳି ଜେନା ସମ୍ପାଦକ ସୁନୀଲ ପ୍ରଧାନଙ୍କ ସମେତ ଯୁବନେତା ମନୋରଞ୍ଜନ ବେହେରା, ବରିଷ୍ଠ ସଂଗଠକ ମାଧବ ଚନ୍ଦ୍ର ସାହୁ, ସୂର୍ଯ୍ୟନାରାୟଣ ପ୍ରଧାନ, ମହେଶ୍ୱର ରାଉତ, ହେମନ୍ତ କୁମାର ନାୟକ, ଗୋପାଳ କୃଷ୍ଣ ପଣ୍ଡାଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ୩୦ରୁ ଉର୍ଦ୍ଧ ସରପଞ୍ଚ, ସମିତି ସଭ୍ଯ/ସଭ୍ଯା ଓ କର୍ମୀମାନେ ଉପସ୍ଥିତ ଥିଲେ।(ସିଧା ସମ୍ବାଦ) ଖଣ୍ଡପଡ଼ା ରୁ ରିପୋର୍ଟର ବିଷ୍ଣୁ ପ୍ରସାଦ ମହାନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें