ନୀଳଗିରି -୧୪/୫(ସିଧାସମ୍ବାଦ);
ଚଳିତବର୍ଷର ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ନୀଳଗିରି ବ୍ଲକ୍ ଜାମୁଡ଼ିହା ସ୍ଥିତ ଆଦର୍ଶ ବିଦ୍ୟାଳୟରେ ୯୮.୭୨ପ୍ରତିଶତ ପାସହାର ବିଦ୍ୟାଳୟ ପାଇଁ ସୁନାମ ଆଣିଛି। ୧୧ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଛାତ୍ରୀ ଅଙ୍କିତା ବାରିକ ୪୮୭ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି। ଛାତ୍ରୀ ସଂଚିତା ସାହୁ ୪୮୧, ଲଳିତ ରାଉତ ୪୭୬, ଚିରଞ୍ଜିବୀ ପାତ୍ର ୪୭୨, ଜ୍ଞାନେଶ ମହାପାତ୍ର ୪୭୨, ଭବାନୀଶଙ୍କର ବେହେରା ୪୭୦ନମ୍ବର ରଖି ପିତାମାତାଙ୍କ ସମେତ ବିଦ୍ୟାଳୟର ସୁନାମ ଆଣିଛନ୍ତି। ଅନୁରୂପ ଭାବେ ବରହମପୁର ସାଳଡହର ସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ୭୨.୨୨ପ୍ରତିଶତ ପାସହାର ହୋଇଥିବା ବେଳେ ବରହମପୁର ମହାପାତ୍ରସାହି ମାର୍ତ୍ତଣ୍ଡ ମହାପାତ୍ର ଏବଂ ମାଆ ସତ୍ୟବତୀଙ୍କ କନ୍ୟା ଶ୍ରାବଣୀ ମହାପାତ୍ର ୯୨.୦୨ପ୍ରତିଶତ ନମ୍ବର ବିଦ୍ୟାଳୟ ଟପ୍ପର ହୋଇଛନ୍ତି। ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ଛାତ୍ରୀ ଶ୍ରାବଣୀ କହିଛନ୍ତି। ସେହିପରି ଛାତ୍ରୀ ପ୍ରଜ୍ଞା ପାରମିତା ବେହେରା ୮୮.୦୪ପ୍ରତିଶତ ଏବଂ ନିବେଦିତା ଦାସ ୮୭.୦୪ପ୍ରତିଶତ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।







