ସାମ୍ବାଦିକ ମାତୃ ବିୟୋଗରେ ପ୍ରଥମ ଶ୍ରାଦ୍ଧବାର୍ଷିକ ସ୍ମୃତିସଭା |

👇समाचार सुनने के लिए यहां क्लिक करें

ନୀଳଗିରି,୧୪/୫(ସିଧାସମ୍ବାଦ); ନୀଳଗିରି ବ୍ଳକ ଦୈନିକ ଖବର କାଗଜ ଧରିତ୍ରୀ ର କାର୍ଯ୍ୟରତ ସାମ୍ବାଦିକ ପ୍ରଶାନ୍ତ ବିଶ୍ୱାଳଙ୍କ ମାତା ସ୍ବର୍ଗୀୟା ପ୍ରମିଳା ଦେବୀଙ୍କର ଗତ ବର୍ଷ ନିଧନ ହୋଇଯାଇଥିଲା | ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଦିବସ ଉପଲକ୍ଷେ ସଜନାଗଡ଼ ପଞ୍ଚାୟତ ରାଜେନ୍ଦ୍ରପୁର ଗ୍ରାମର ପ୍ରଶାନ୍ତଙ୍କ ପୈତୃକ ବାସ ଭବନ ସ୍ବର୍ଗୀୟ ପ୍ରମିଳା ଦେବୀଙ୍କର ସ୍ମୃତି ସଭା ଆୟୋଜନ କରାଯାଇଥିଲା | ପୂର୍ବାହ୍ନ ୧୧ ଘଟିକା ସମୟରେ ଆୟୋଜିତ ସ୍ମୃତି ସଭାରେ ନୀଳଗିରିର ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକ,
ଯୋଗଦେଇ ପ୍ରଥମେ ସ୍ବର୍ଗୀୟା ଦେଵୀଙ୍କର ସ୍ମୃତି ଚାରଣ କରିଥିବା ବେଳେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତାଙ୍କର ଆତ୍ମାର ସଦଗତି କାମନା କରି ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ | ନୀଳଗିରି ବ୍ଳକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ,
ଯୋଗ ଦେଇ ସ୍ବର୍ଗୀୟା ବିଶ୍ୱାଳଙ୍କର ଅମ୍ଲାନ ପ୍ରତିଭା ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଏସଡ଼ିସି ଅଧ୍ୟକ୍ଷ ମଦନ ମୋହନ ମାଝୀ, ଉପେନ୍ଦ୍ର ଦାସ, ଉପେନ୍ଦ୍ର ନାୟକ, କୁଳମଣି ନାୟକ, ବିଜେପି ଜୋବମୋର୍ଚ୍ଚା ଜିଲ୍ଲା ସଭାପତି ଦେବାଶିଷ ଆଚାର୍ଯ୍ୟ, ରାଜୀବ ଦାସବାବୁ, ବିଜୟ ଲେଙ୍କା ମଞ୍ଚସିନା ଥାଇ ନିଜନିଜର ଅଭିଭାଷଣମାନ ଦେଇଥିଲେ | ଏଥିରେ ଶୋକ ସନ୍ତପ୍ତ ପରିବାର, ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନ ଉପସ୍ଥିତ ଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें