ଓଡିଶା ଆଦର୍ଶ ବିଦ୍ୟାଳୟ ଟେଣ୍ଡର ଚୟନରେ ଅନିୟମିତତା ଅଭିଯୋଗ |

👇समाचार सुनने के लिए यहां क्लिक करें

ନୀଳଗିରି, ୧୭/୫(ସିଧାସମ୍ବାଦ); ନୀଳଗିରି ବ୍ଳକ ଜାମୁଡିହା ପଞ୍ଚାୟତରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଖାଦ୍ୟ, ପରିବା, ବହି, ଗ୍ରୋସେରି, ମାଛ, ମାଂସ ଯୋଗାଣ ପାଇଁ ଟେଣ୍ଡର ଚୟନରେ ପ୍ରିନ୍ସପାଲ ଅନିୟମିତତା ଓ ପାତର ଅନ୍ତର କରିଥିବା ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଛି | ସୂଚନା ମୁତାବକ ଉକ୍ତ ବିଦ୍ୟାଳରେ ଥିବା ବାଳିକା ଅନ୍ତେବାସୀଙ୍କ ପାଇଁ ପରିବା, ବହି, ଗ୍ରୋସେରି, ମାଛ, ମାଂସ, କସମେଟିକ ଆଇଟମ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ ପାଇଁ ଗତ ୨୩/୪/୨୫ ରେ ଟେଣ୍ଡର ଆହ୍ୱାନ କରାଯାଇଥିଲା | ଗତ ୧୪ /୫/୨୫ରିଖରେ ୧୪ ଜଣିଆ କମିଟି ମେମ୍ବର, ସମସ୍ତ ଟେଣ୍ଡର ଆବେଦନକାରି ଏବଂ ପ୍ରିନ୍ସପାଲଙ୍କ ସମ୍ମୁଖରେ ଟେଣ୍ଡର ପେପର ଖୋଲା ଯାଇଥିଲା | ପ୍ରିନ୍ସପାଲ ଏବଂ ସମସ୍ତ ଟେଣ୍ଡର ଆବେଦନକାରିଙ୍କ ଉପସ୍ଥିତିରେ ସମସ୍ତ ସାମଗ୍ରୀର କାଗଜପତ୍ର ଯାଞ୍ଚ କରିଥିଲେ | ଦୁଇଦିନ ପରେ ଫଳାଫଳ ପ୍ରକାଶ ପାଇବ ବୋଲି ପ୍ରିନ୍ସପାଲ ସମସ୍ତଙ୍କୁ କହିଥିଲେ | ତେବେ ପ୍ରିନ୍ସପାଲ ନୀତି ନିୟମକୁ ଫୁ କରି ନିଜ ଇଛାରେ ଟେଣ୍ଡରଧାରୀ ଚୟନ କରିଥିବାରୁ ଟେଣ୍ଡର ଆବେଦନକାରି ପବିତ୍ର କୁମାର ମହାପାତ୍ର ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି | ଏଠାରେ ସୂଚନା ଯୋଗ୍ୟ ଉକ୍ତ ବିଦ୍ୟାଳୟର ପ୍ରିନ୍ସପାଲ ପରିବା, ଫଳ ସାମଗ୍ରୀର ଫଳା ଫଳ ଘୋଷଣାରେ ଅନିୟମିତତା କରିଥିବା ଟେଣ୍ଡର ଆବେଦନ କାରି ପବିତ୍ର ଜାଣିବାକୁ ପାଇଥିଲେ | ଟେଣ୍ଡର ପାଇଥିବା ବ୍ୟକ୍ତି ସୁମନ୍ତ ଭେରାଇଟି ଷ୍ଟୋର ଦେଇଥିବା ଫଳ ରେଟ ଚାଟରେ ଜିଏସଟି ରେଟ ପକାଇନାହାନ୍ତି | ଯାହାକି ଟେଣ୍ଡର ଧାରୀ ସୁମନ୍ତ ଅଯୋଗ୍ୟ ସ୍ଥାନରେ କିପରି ଭାବେ ଯୋଗ୍ୟ ବିବେଚିତ ହେଲେ ଏବଂ ସମସ୍ତ ଟେଣ୍ଡର ଆବେଦନକାରି ଙ୍କ କାଗଜାତକୁ ଆଉଥରେ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳ ଙ୍କ ସହିତ,ନୀଳଗିରି ଉପଜିଲ୍ଲାପାଳ, ନୀଳଗିରି ବ୍ଳକ ଶିକ୍ଷାଧିକାରୀ, ଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି | ଅପର ପକ୍ଷେ ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି |

Sidha Sambad
Author: Sidha Sambad

Leave a Comment

और पढ़ें