କୁମ୍ଭାରଗୁଡ଼ା ଛକ ଠାରେ ବିଜେପି ଦଳ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ରାୟଗଡ଼ା, ତା ୧୮/୦୫(ଆପ୍ର):-ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ବୁଡ଼ାଗୁଡ଼ା ପଞ୍ଚାୟତର କୁମ୍ଭାରଗୁଡ଼ା ଗ୍ରାମ ଛକ ଠାରେ ବିଜେପି ଦଳ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି

👇समाचार सुनने के लिए यहां क्लिक करें

କୁମ୍ଭାରଗୁଡ଼ା ଛକ ଠାରେ ବିଜେପି ଦଳ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

ରାୟଗଡ଼ା, ତା ୧୮/୦୫(ଆପ୍ର):-ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ବୁଡ଼ାଗୁଡ଼ା ପଞ୍ଚାୟତର କୁମ୍ଭାରଗୁଡ଼ା ଗ୍ରାମ ଛକ ଠାରେ ବିଜେପି ଦଳ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚା ସମ୍ପାଦକ ତଥା କୋରାପୁଟ ଲୋକସଭା ବିଜେପି ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ କାଳିରାମ ମାଝୀ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ କଲ୍ୟାଣସିଂହପୁର ମଣ୍ଡଳ ସଭାପତି ଶ୍ରୀ ଅଜିତ୍ ପାଣିଗ୍ରାହୀ, ମଣ୍ଡଳ ସଙ୍ଘଠନ ପ୍ରଭାରୀ ଶ୍ରୀ ହଳଧର ହିମିରିକା, ସ୍ୱଚ୍ଛ ଭାରତ ଅଭିଯାନ ଜିଲ୍ଲା ସଂଯୋଜକ ଶ୍ରୀ କୃଷ୍ଣ ସାମଲ , ପୂର୍ବତନ ଜନଜାତି ମୋର୍ଚ୍ଚା କୋଲନରା ମଣ୍ଡଳ ସଭାପତି ଶ୍ରୀ ସହଦେବ ଜାନି, ଶିକରପାଇ ମଣ୍ଡଳ ସୁନାଖଣ୍ଡି ପଞ୍ଚାୟତ ର ଟାଣୁଆ ନେତା ତଥା ରାଷ୍ଟ୍ରୀୟ ସ୍ଵୟଂ ସହାୟକ ସଙ୍ଘ କର୍ମକର୍ତା ଶ୍ରୀ ବିନାୟକ କୁଲିସିକା, ବରିଷ୍ଟ କାର୍ଯ୍ୟକର୍ତ୍ତା ଶ୍ରୀ ଦାଶରିଆ ପ୍ରାସ୍କା, ପଞ୍ଚାୟତ ପ୍ରମୁଖ ଶ୍ରୀ ଦାନୁ କାଡ୍ରାକା, କୁମ୍ଭାରଗୁଡ଼ା ଗ୍ରାମ ସାମ୍ନ୍ତା ଶ୍ରୀ କାକାୟା ହିକକା ପ୍ରମୁଖ ମଞ୍ଚାସିନ ରହିଥିଲେ। ପ୍ରଥମେ ଅତିଥି ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ ହେବା ପରେ ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ହୋଇଥିଲା, ଏହା ପରେ ଉପସ୍ଥିତ ଅତିଥି ମାନେ ଦଳ ସମ୍ପର୍କିତ ନିଜ ନିଜର ଅଭିଭାଷଣ ରଖିଥିଲେ । ଏହା ପରେ ବୁଡ଼ାଗୁଡ଼ା ଗ୍ରାମ ପଞ୍ଚାୟତର କଣ୍ଡାକୋରା, ବଳଦିଆ, ଗୁରୁତୁଲୀ, କଦଳୀଚୁଆଁ, ଚାମରଯୋଡ଼ି, ଢେପାଗୁଡ଼ା, ପଣସଗୁଡ଼ା, ବୁଡ଼ାଗୁଡ଼ା, ଅଲଣ୍ଡା, କିରାଖାଲ ଗ୍ରାମରୁ ବିଜେଡ଼ି କଂଗ୍ରେସ ବିଏସପି ଦଳ ଛାଡ଼ି ଶତାଧିକ କାର୍ଯ୍ୟକର୍ତ୍ତା ବିଜେପି ଦଳର ଉତ୍ତରୀୟ ଏବଂ ଟୋପି ପିନ୍ଧି ଦଳରେ ସାମିଲ୍ ହୋଇଥିଲେ। ଉକ୍ର କାର୍ଯ୍ୟକ୍ରମରେ ବୁଡ଼ାଗୁଡ଼ା ପଞ୍ଚାୟତର ବିଶ୍ଵନାଥ ହିକକା, ଗଙ୍ଗାରାଓ ପ୍ରାସ୍କା, ପ୍ରସାଦ ପେରିସିକା, ଚକ୍ରଧର ପ୍ରାସ୍କା, ଦିଲୁ କାଡ୍ରାକା , ନାଗେଶରାଓ କୁଲିସିକା, ହରିହର ହିକକା , ସିମାଞ୍ଚଳ ନାଡିମିଣ୍ଟି ,ସିରିପତି ପେରିଶିକା , ସୋମେଶ୍ୱର କୌଶଲ୍ୟା ବିଶେଷ ସହଯୋଗ କରିଥିବା ବେଳେ ସନ୍ତୋଷ କୁମାର ବଛା ମଞ୍ଚ ପରିଚାଳନା କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें