ବିଦ୍ୟୁତ ସର୍ଟସର୍କିଟରୁ ଜଳିଗଲା ପାଠଗାରା।୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଟେଣ୍ଟସାମଗ୍ରୀ ଭସ୍ମୀଭୂତ।
ନୀଳଗିରି- ୨୪/୫, (ସିଧାସମ୍ବାଦ);
ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ହୁତୁ ହୁତୁ ହୋଇ ଜଳିଗଲା ବରହମପୁର ମହାଦେବମନ୍ଦିର ସମ୍ମୁଖରେ ଥିବା ଦୀନ ସମିତି ପାଠଗାରାର ପୁରୁଣା ଗୃହ। ସମାଜସୁଧାରକ ଦୀନବନ୍ଧୁ ବେହେରାଙ୍କ ଅବଦାନରେ ନିର୍ମିତ ଉକ୍ତ ପାଠଗାରଟି ଦୀର୍ଘଦିନ ହେଲା ବନ୍ଦହୋଇଥିବା ବେଳେ ଉକ୍ତ ଅଞ୍ଚଳର ଜଣେ ଟେଣ୍ଟ ମାଲିକ ସେଠାରେ ନିଜର ଟେଣ୍ଟସାମଗ୍ରୀ ରଖି ଆସୁଥିଲେ।ଆଜି ହଠାତ ସର୍ଟସର୍କିଟ କାରଣରୁ ଟେଣ୍ଟକପଡା ଓ ସାମଗ୍ରୀ ଗୁଡିକରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିବାସହ କଳାଧୂଆଁ ବାହାରକୁ ବାହାରିଥିଲା।ଯାହାକୁ ଦେଖି ସ୍ଥାନୀୟ ଲୋକେ ନୀଳଗିରି ଅଗ୍ନିଶମ ବିଭାଗକୁ ଅବଗତ କରିବାସହ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ।ନୀଳଗିରି ଅଗ୍ନିଶମ ବିଭାଗ ଓ କପ୍ତିପଦା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଉକ୍ତ ପାଠାଗାରରେ ଥିବା ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଟେଣ୍ଟ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି।




