ଶ୍ରୀ ଶ୍ରୀ ଭକ୍ତିବୈଭବ ବୈଷ୍ଣବ ମହାରାଜ ଙ୍କ ଜନ୍ମ ଉତ୍ସବ ପାଳିତ। ।

👇समाचार सुनने के लिए यहां क्लिक करें

ଶ୍ରୀ ଶ୍ରୀ ଭକ୍ତିବୈଭବ ବୈଷ୍ଣବ ମହାରାଜ ଙ୍କ ଜନ୍ମ ଉତ୍ସବ ପାଳିତ।
ନୀଳଗିରି- ୨୪/୫, (ସିଧାସମ୍ବାଦ);
ନୀଳଗିରି ସ୍ଥିତ ଶ୍ରୀ ଶ୍ରୀ ରାଧାଶ୍ୟାମ ସୁନ୍ଦର ଗୌଢିୟ ମଠର ମହନ୍ତ ମହାରାଜ ଶ୍ରୀଶ୍ରୀ ଭକ୍ତିବୈଭବ ବୈଷ୍ଣବ ମହାରାଜଙ୍କ ଜନ୍ମଉତ୍ସବ ଶନିବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ
ଛେନାପୋଡ଼ ତଥା ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନରେ ମହାରାଜଙ୍କୁ ଶ୍ରଦ୍ଧାଳୁ ମାନେ ଆପ୍ୟାୟିତ କରିବା
ସହିତ ଭକ୍ତିପୂତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।ଉକ୍ତ ଜନ୍ମଉତ୍ସବ କାର୍ଯକ୍ରମରେ, ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ଥିବା ମଠ ମହାରାଜ ମାନେ ମଧ୍ୟ ଯୋଗଦେଇ ସେମାନଙ୍କର ଶ୍ରଦ୍ଧା, ସଦିଚ୍ଛା ଓ ପ୍ରେମ ବୈଷ୍ଣବ ମହାରାଜଙ୍କୁ ଅର୍ପଣ କରିଥିଲେ। ଉତ୍ସବରେ ଶ୍ରୀ କିସ୍ କିଞ୍ଚନ ମହାରାଜ, ଶ୍ରୀ ବାମନ ମହାରାଜ,ଶ୍ରୀ ଭିକ୍ଷୁ ମହାରାଜଙ୍କ ସମେତ ବହୁ କୃଷ୍ଣପ୍ରେମୀ ଶ୍ରଦ୍ଧାଳୁ ଯୋଗଦେଇ ସେମାନଙ୍କ ଶ୍ରଦ୍ଧା ସୁମନ,ଭକ୍ତି ନୈବେଦ୍ୟ ଅର୍ପଣ କରିଥିବା ଦେଖାଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें