ଘରେ କେହି ନଥିବା ସୁଯୋଗରେ ସର୍ବସ୍ବ ଲୁଟି ନେଇଗଲେ ଚୋର

👇समाचार सुनने के लिए यहां क्लिक करें

ଜିଲ୍ଲା ନୀଳଗିରି ଥାନା ଅଧିନ ଧୋବଶିଳା ଅଞ୍ଚଳରେ ଘରେ କେହି ନଥିବାର ସୁଯୋଗରେ ଲୁଟେରା ମାନେ ସର୍ବସ୍ବ ଲୁଟି ନେଇଛନ୍ତି।ଧୋବଶିଳା ଗ୍ରାମର ସ୍ବର୍ଗତ ଜଗନ୍ନାଥ ବାରିକ ଙ୍କ ସ୍ତ୍ରୀ ମଞ୍ଜୁଲତା ସୋମବାର ଦିନ ଭୁବନେଶ୍ୱର ତାଙ୍କ ପୁଅ ପାଖକୁ ଯାଇଥିଲେ।ଡାକ୍ତର ଦେଖାଇ ଗତକାଲି ରାତିରେ ଫେରିବା ବେଳକୁ ଘରେ ତାଲା ଭଙ୍ଗା ହୋଇଥିବା ବେଳେ ସିସି କ୍ୟାମେରା ସବୁ ଉପରକୁ ହୋଇଥିବା ଦେଖିବାକୁ ପାଇଥିଲେ।ଘରକୁ ଯାଇ ଦେଖିବା ବେଳକୁ ଇନଭେଟର,ଏଲଇଡି,କମ୍ପୁଟର ନଥିବା ବେଳେ ଆଲମାରୀ ଭାଙ୍ଗି ସୁନା ଗହଣା ଓ ଟଙ୍କା ନଥିବା ଦେଖିବାକୁ ପାଇଥିଲେ।ଆସବାପତ୍ର ସବୁ ବିଛାଡି ହୋଇ ପଡ଼ିଥିବା ବେଳେ ଚୋର ଘର ପଛପଟେ ଦେଇ ଆସିଥିବା ସିସି ଟିଭିରୁ ଜଣାପଡିଛି।ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରିଛି।

Sidha Sambad
Author: Sidha Sambad

Leave a Comment

और पढ़ें