ସାମ୍ବାଦିକ ସଂଘ ପକ୍ଷରୁ ସାଂସଦଙ୍କୁ ସମ୍ବର୍ଦ୍ଧନା

👇समाचार सुनने के लिए यहां क्लिक करें

ନୟାଗଡ଼ ଜିଲ୍ଲା -ଖଣ୍ତପଡା ୩୲୬ (ସିଧା ସମ୍ବାଦ) କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ୫ ମ ଥର ପାଇଁ ସାସଂଦ ରତ୍ନ ପୁରସ୍କାର ପାଇଛନ୍ତି। ଜଣେ ଦକ୍ଷ ରାଜନୈତିକ ବ୍ୟକ୍ତି ଭାବେ ଜଣାଶୁଣା ମାନ୍ୟବର ସାଂସଦ ଶ୍ରୀ ମହତାବଙ୍କୁ ଏ ଅବସରରେ ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ବିନାୟକ ମିଶ୍ର ଓ ବରିଷ୍ଠ ସଦସ୍ଯ ରାମେଶ୍ଵର ଶତପଥି ପ୍ରମୁଖ କଟକସ୍ଥିତ ବାସଭବନରେ ତାଙ୍କୁ ସାକ୍ଷାତ କରିବା ଅବସରରେ ଶୁଭେଚ୍ଛା ଜଣାଇବା ସହ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏକ ସୌଜନ୍ୟମୂଳକ ସାକ୍ଷାତକାର ଅବସରରେ କର୍ତ୍ତବ୍ଯରତ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ଯା ସଂପର୍କରେ ବରିଷ୍ଠ ସଦସ୍ଯ ଶ୍ରୀ ଶତପଥୀ ମାନ୍ୟବର ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ସାମ୍ବାଦିକ ମାନଙ୍କର ସମସ୍ଯା ସଂପର୍କରେ ରାଜ୍ୟ ସରକାର ଅବଗତ ଅଛନ୍ତି ବୋଲି ସାସଂଦ ମତବ୍ୟକ୍ତ କରିଥିଲେ। ସାମ୍ବାଦିକ ମାନଙ୍କର ସମସ୍ଯା ସମାଧାନ ଦିଗରେ ସେ ପ୍ରଚେଷ୍ଟା ଜାରି ରଖିବେ ବୋଲି ପ୍ରତିଶୃତି ଦେଇଥିଲେ

Sidha Sambad
Author: Sidha Sambad

Leave a Comment

और पढ़ें