ନୂଆଦିଲ୍ଲୀ (ସିଧା ସମ୍ବାଦ): ଦୀପାବଳି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଏବଂ ଖୁସିର ଖବର ଆସିଛି। କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଏଡ୍-ହକ୍ ବୋନସ୍ (Ad-Hoc Bonus) ବା ଦୀପାବଳି ବୋନସକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧୀନରେ ଥିବା ବ୍ୟୟ ବିଭାଗ (Department of Expenditure) ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି।
ସରକାରଙ୍କ ଏହି ନିଷ୍ପତ୍ତି ପରେ ବର୍ଗ ‘ସି’ (Group C) ଏବଂ ବର୍ଗ ‘ବି’ (Group B) ର ଯୋଗ୍ୟ ଅଣ-ରାଜପତ୍ରିତ କର୍ମଚାରୀମାନେ ଏହି ବୋନସର ଲାଭ ପାଇପାରିବେ। ଏହାଦ୍ୱାରା ଦୀପାବଳି ପୂର୍ବରୁ କର୍ମଚାରୀମାନଙ୍କ ଆକାଉଣ୍ଟକୁ ମୋଟା ଅଙ୍କର ଟଙ୍କା ଆସିବ, ଯାହାକି ପର୍ବପର୍ବାଣୀ ସମୟରେ ସେମାନଙ୍କ ଖୁସିକୁ ଦ୍ୱିଗୁଣିତ କରିବ।