*ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସୁସ୍ଥ ପରିବେଶ ଲୋଡା”

👇समाचार सुनने के लिए यहां क्लिक करें

*ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସୁସ୍ଥ ପରିବେଶ ଲୋଡା*
ବେଗୁନିଆ,୫/୦୬: ଆଧୁନିକ ଯୁଗରେ ଦୈନଦିନ ସଭିଏଁ ବ୍ୟସ୍ତତା ଭିତରେ ଗତି କରୁଛନ୍ତି। କେବେ କେହି ସୁସ୍ଥ ପରିବେଶ ପ୍ରତି ଚିନ୍ତା କରୁନାହାନ୍ତି। ବାରମ୍ବାର ପ୍ରକୃତି ଦାଉ ସାଧୁଥିବା ବେଳେ ପରିବେଶ ପ୍ରଦୂଷଣ ମୁହାଁ ହୋଇଛି। ଫଳରେ ଏହାର ପ୍ରଭାବ ପଡିଛି ମୃର୍ତ୍ତିକା ଓ ଭବିଷ୍ୟତ ଉପରେ। ଏବେ ସଚେତନ ହେବାର ବେଳ ଆସିଛି ପୃଥିବୀ ପୃଷ୍ଠକୁ ସବୁଜମୟ କରିବା, ଚାରା ଟିଏ ଲଗାଇ ତାର ଯତ୍ନ ନେବା ବୋଲି ଗୁରୁବାର ବେଗୁନିଆ ସଦରମହକୁମା ସ୍ଥିତ ସାହିତ୍ୟାନୁଷ୍ଠାନ ଶ୍ୱେତପଦ୍ମା ସାହିତ୍ୟ ଓ ସେବା ଅନୁଷ୍ଠାନ ଆନୁକୂଲ୍ୟରେ ଅନୁଷ୍ଠିତ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ମତପ୍ରକାଶ ପାଇଛି। ଏହି ଅବସରରେ ବେଗୁନିଆ ବ୍ଲକ ଇଲେକ୍ଟ୍ରି ଷ୍ଟକ୍ଚର ନିକଟବର୍ତ୍ତୀ ଶ୍ୱେତପଦ୍ମା ସାହିତ୍ୟ ଅନୁଷ୍ଠାନର ପରିସରରେ ବିଭିନ୍ନ କିସମର ଚାରାରୋପଣ କରାଯାଇଥିଲା। ପରେ ଶ୍ୱେତପଦ୍ମା ସଭା ଗୃହରେ ସଭାପତି ଭାଗୀରଥି ପରିଡ଼ାଙ୍କ ଅଧ୍ୟକ୍ଷତାରେ ‘ ବୃକ୍ଷ ଆମର ବନ୍ଧୁ ‘ ଶୀର୍ଷକ କବିତା ପାଠ ଓ ଆଲୋଚନ ଚକ୍ର ଅନୁଷ୍ଠିତ ହୋଇଥିଲା।ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦିକା ସୁଶ୍ରୀ ପ୍ରତିମା ପ୍ରଧାନ ବୃକ୍ଷ ବଞ୍ଚିଲେ ଜୀବନ ବଞ୍ଚେ ଆସ ଆମେ ଗୋଟିଏ ଗୋଟିଏ ଗଛ ଲଗାଇବା ବୋଲି ଆହ୍ୱାନ ଦେଇଥିଲେ ଏବଂ ପରିବେଶ ସଚେତନତା ପାଇଁ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଶପଥ ପାଠ କରିଥିଲେ। କାଶୀନାଥ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ କବି ରାମଚନ୍ଦ୍ର ସାହୁ,ଲକ୍ଷ୍ମୀଧର ମହାରଣା, ବିଭୂଚନ୍ଦ୍ର ଦାସ, କବିତା ରାଉତ, ଶୁଭଲକ୍ଷ୍ମୀ ପ୍ରଧାନ, ଶ୍ରୀକୁମାର ସାହୁ, ଶ୍ରୀକାନ୍ତ କୁମାର ଦାସ ଓ ପିତାମ୍ବର ବେହେରା ଇତ୍ୟାଦି ଯୋଗଦାନ କରିଥିଲେ। ଶେଷରେ ଗାୟକ ପ୍ରଦୀପ କିଶୋର ତ୍ରିପାଠୀ ଉଦଯାପନୀ ସଙ୍ଗୀତ ଗାନ କରିଥିଲା ବେଳେଅନୁଷ୍ଠାନର କୋଷାଧ୍ୟକ୍ଷ ସୋମନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें