ଗାଁ ପୋଖରୀରେ ମାଛ ଚାଷ ପ୍ରସଙ୍ଗ |
ପାଣି ଦୂଷିତ କୁ ନେଇ ବସ୍ତି ବାସିନ୍ଦା ଉପଜିଲ୍ଲା ପାଳଙ୍କ ଠାରେ ଫେରାଦ |
ନୀଳଗିରି, ୧୭/୬(ସିଧାସମ୍ବାଦ); ଏକ ଗାଁ ର ବସ୍ତି ପୋଖରୀକୁ ସ୍ଥାନୀୟ ବାସିନ୍ଦା ବ୍ୟବହାର କରୁଥିବା ବେଳେ କିଛି ନ୍ୟସ୍ଥସ୍ୱାର୍ଥ ବ୍ୟକ୍ତି ଉକ୍ତ ପୋଖରୀରେ ମାଛ ଚାଷ କରିଆସୁଥିବା ବେଳେ, ମାଛ ଦାନା ଠାରୁ ଆରମ୍ଭକରି କୁକୁଡ଼ା ପୁଣ୍ଟି, ଛେଳି ପୁଣ୍ଟି, ନାଡ଼, ୟୁରିଆ ସାର, ମାଛ ଦାନା, ମାଛ ବଢ଼ିବା ପାଇଁ ବିଭିନ୍ନ ପ୍ରକାରର ଉନ୍ନତ ମାନର ରାସାୟନିକ ପଦାର୍ଥ ପ୍ରୟୋଗ କରିବା ଫଳରେ ପାଣିଟି ବିଷାକ୍ତ ହୋଇଛି | ଫଳରେ ପାଣି ଦୂଷିତ କୁ ନେଇ ବସ୍ତି ବାସିନ୍ଦା ଉପଜିଲ୍ଲା ପାଳଙ୍କ ଠାରେ ଦ୍ୱାରସ୍ଥ ହୋଇଛନ୍ତି | ଏଭଳି ଏକ ସମ୍ବେଦନ ଶିଳ ଘଟଣା ନୀଳଗିରି ଏନଏସି ଅନ୍ତର୍ଗତ କାହାଳିଆ ମୌଜାର ପଡ଼ା ଗ୍ରାମ – ପୋଖରୀସାହି ରେ ଥିବା ଉକ୍ତ ପୋଖରୀରେ ଦେଖିବାକୁ ମିଳିଛି | କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିମାନେ ଏହି ପୋଖରୀରେ ମାଛ ଚାଷ କରିବା ଫଳରେ ପାଣି ବିଷାକ୍ତ ହୋଇ ବ୍ୟବହାର ଅନୁପଯୋଗୀ ହୋଇଯାଇଛି | ବିଶେଷ କରି ପୋଖରୀ ସାହିରେ ୭୫୦ରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି । ଭକ୍ତ ପୋଖରୀ ଉପରେ ଲେଙ୍କାସାହି ଓ ସିମୁଳିଆ ମୌଜାର ଲୋକମାନେ ନିର୍ଭରଶୀଳ କରନ୍ତି । ପାଞ୍ଚ ବର୍ଷ ହେବ ଉକ୍ତ ପୋଖରୀକୁ କେତେକ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିମାନେ ମାଛ ଚାଷ କରିବା ଫଳରେ ସାଧାରଣ ଲୋକ ପାଣି ବ୍ୟବହାର କରିପାରୁ ନାହାନ୍ତି ।
ଏଭଳି ରାସାୟନିକ ସାର ଓ କୁକୁଡ଼ା ଖାଦ୍ୟ ପାଇଁ ବିଷାକ୍ତ ହେବା ଦ୍ୱାରା ଉକ୍ତ ପୋଖରୀ ପାଣିଙ୍କୁ ଗୋରୁଗାଈ ପିଇବା ଯୋଗୁଁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି | ଏନେଇ ଆଜି ଗ୍ରାମର ପ୍ରିୟଙ୍କା ଦାସ, ଦେବସ୍ମିତା ମହାନ୍ତି, ସାରସ୍ବତୀ ମହାନ୍ତି, ସୁମତି ମହାନ୍ତି, ଚୁନିଲତା ବେହେରା, ନିରୁପମା ବେହେରା, ସେବତୀ ରାଣୀ ବେହେରା,ଶକୁନ୍ତଳାବେହେରା, ସସ୍ମିତା ବେହେରା ପ୍ରମୁଖ ବାସିନ୍ଦା ନୀଳଗିରି ଉପଜିଲ୍ଲା ପାଳ ଙ୍କ ଠାରେ ଫେରାଦ ହୋଇ ଏକ ଲିଖିତ ଅଭିଯୋଗ ଦେଇଥିବା ବେଳେ
ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି। ନହେଲେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜଣା ପଡ଼ିଛି | ଏଠାରେ ସୂଚନା ଯୋଗ୍ୟ ଉକ୍ତ ପୋଖରୀ ୧୮ଶହ ଶତାବ୍ଦୀରୁ ଖୋଳା ଯାଇଥିଲେ ହେଁ ୨୦୧୭ମସିହାର ପର୍ଯ୍ୟନ୍ତ କୌଣସି ମାଛ ଚାଷ କରାଯାଉ ନଥୁଲା ।






