‘ବାଇକ ପ୍ରେମୀ ଯୁବକ ସଙ୍ଗଠନ’ ତରଫରୁ ବିଶ୍ୱ ମୋଟର ସାଇକେଲ ଦିବସ ପାଳନ

👇समाचार सुनने के लिए यहां क्लिक करें

ଭୁବନେଶ୍ୱର : ୨୧/୦୬ (ସିଧା ସମ୍ବାଦ) ଶନିବାର,ବାଇକ ପ୍ରେମୀ ଯୁବକ ସଙ୍ଗଠନ’ଯୁବକମାନେ ନିଜ ନିଜ ବାଇକ ଧରି ପାହାଳଠାରୁ ସକାଳ ୮ଟାରେ ବାହାରି ଧଉଳି ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଯାତ୍ରା କରିଥିଲେ। ସମସ୍ତେ ନିଜେ ହେଲମେଟ୍ ପିନ୍ଧିବା ସହ ଅନ୍ୟମାନଙ୍କୁ ହେଲମେଟ୍ ପିନ୍ଧିବା ପାଇଁ ପରାମର୍ଶ ଦେବା ସହ ମଦ୍ୟପାନ କରି ଗାଡି ନଚଳାଇବା ପାଇଁ ସଚେତନତା ବାର୍ତା ପ୍ରଦାନ କରିଥିଲେ । ସମସ୍ତେ ଏକତ୍ର ହୋଇ ଧଉଳିରେ କେକ୍ କାଟି ଖୁସି ମନାଇବା ସହ ବିଶ୍ୱ ମୋଟର ସାଇକେଲ ଦିବସ ପାଳନ କରିଥିଲେ । କହି ରଖୁଛୁ ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ବିଶ୍ୱ ମୋଟର ସାଇକେଲ ଦିବସ ଭାବେ ପାଳନ କରାଯାଏ । ଦେଶ ବିଦେଶରେ ଅନେକ ସଙ୍ଗଠନ ପକ୍ଷରୁ ଏହି ଦିବସ ପାଳନ କରାଯାଏ । ବାଇକ ପ୍ରେମୀମାନେ ଏହି ଦିନ ବାଇକ ଧରି ଅନେକ ପର୍ଯ୍ୟଟନ ସ୍ଥାନ ତଥା ପିକନିକ୍ ସ୍ପଟକୁ ଯାତ୍ରା କରିଥାନ୍ତି । ଭବିଷ୍ୟତରେ ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରଖିବା କିଛି ଭିନ୍ନ କରିବା ନେଇ ଆବାହକ ଦିଲ୍ଲୀପ କୁମାର ଷଡଙ୍ଗୀ ମତ ପ୍ରକାଶ କରିଛନ୍ତି । ସଙ୍ଗଠନର ମୁଖ୍ୟ ଦିଲ୍ଲୀପ ଷଡଙ୍ଗୀ, ବ୍ରହ୍ମାନନ୍ଦ ବେହେରା, ଦିଲୀପ କୁମାର ସାହୁ, ବିଶ୍ୱନାଥ ବେହେରା, ପ୍ରଜ୍ଞାସୁ ମହାପାତ୍ର, ମନୋଜ ବେହେରା, ଗୁରୁପଦ ନାଥ, ସଞ୍ଜୀବ ବାହାଦୁର, ସନ୍ତୋଷ ସାହୁ, ନିରଞ୍ଜନ ସାହୁ, ସେଉଲ ସାଗର ରାଉତ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Sidha Sambad
Author: Sidha Sambad

Leave a Comment

और पढ़ें