ଅନ୍ତର୍ଜାତୀୟ ଯୋଗଦିବସରେ ନୀଳଗିରିରେ ସାମୁହିକ ଯୋଗଶିବିର ଅନୁଷ୍ଠିତ।
ନୀଳଗିରି -୨୧/୬(ସିଧାସମ୍ବାଦ);
ସ୍ବାସ୍ଥ୍ୟ ହିଁ ସମ୍ପଦ। ମାନସିକ ସ୍ଥିରତା, ଆଧ୍ୟାତ୍ମିକ ଶାନ୍ତି ସହ ଶାରୀରିକ ସୁସ୍ଥତା ପାଇଁ ଯୋଗ ହିଁ ପ୍ରମୁଖ ମାଧ୍ୟମ।ଭାରତୀୟ ପରମ୍ପରାରେ ଯୋଗକୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ଏହାର ସଫଳ ଉପକାରିତାକୁ ଅନ୍ତର୍ଜାତୀୟ ସ୍ତରରେ ସିକୃତୀ ମିଳିଛି। ୨୦୧୫ମସିହା ଜୁନ ୨୧ତାରିଖକୁ ବିଶ୍ଵ ଯୋଗଦିବସ ସ୍ଵୀକୃତି ମିଳିବା ପରେ ପ୍ରତିବର୍ଷ ଜୁନ ୨୧ତାରିଖରେ ଆନ୍ତର୍ଜାତୀୟ ଯୋଗଦିବସ ପୃଥିବୀର କୋଣ ଅନୁକୋଣରେ ପାଳନ କରାଯାଉଛି। ଏହି ଅବସରରେ ନୀଳଗିରି ବ୍ଲକ ଏବଂ ଏନଏସି ତରଫରୁ ପ୍ରଭାତ ୬ଘଟିକା ସମୟରେ ନୀଳଗିରି ଇଣ୍ଡୋର ଷ୍ଟାଡିୟମ ଠାରେ ଶତାଧିକ ଲୋକଙ୍କ ସମାଗମରେ ଯୋଗଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସନ୍ତୋଷ କୁମାର ଖଟୁଆ, ଏନଏସି ଅଧ୍ୟକ୍ଷ ମହେନ୍ଦ୍ରନାଥ ବେହେରା, ବିଡ଼ିଓ ବିକ୍ରମ କେଶରୀ ପରିଡ଼ା, ଏନଏସି ନିର୍ବାହୀ ଅଧିକାରୀ ଅଂଶୁମାନ ପରିଡା, ବିଭିନ୍ନ ବିଭାଗର ପଦାଧିକାରୀ, କର୍ମଚାରୀଙ୍କ ସମେତ ଅଞ୍ଚଳବାସୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଗୁରୁ ଯୋଗ କିପରି କରିବାକୁ ହୁଏ ସୂଚନା ଦେଇଥିବା ବେଳେ ବିଧାୟକ ଶ୍ରୀଯୁକ୍ତ ଖଟୁଆ ପ୍ରତ୍ୟେହ ଯୋଗାଭ୍ୟାସ କଲେ ଦେହ ମନ ସୁସ୍ଥ ରହିଥାଏ ବୋଲି ସୂଚନା ଦେଇଥିବା ବେଳେ କେବଳ ଯୋଗଦିବସରେ ଯୋଗକରିବା ପରିବର୍ତ୍ତେ ପ୍ରତ୍ୟେକଦିନ କିଛି ସମୟ ବାହାରକରି ଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଚଳିତବର୍ଷ ଏହି ଦିବସର ଥିମ୍ ରହିଛି “ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ ଯୋଗ”।





