ଆଜି ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ଗିଭ୍ ବ୍ଲଡ୍ ସେଭ୍ ଲାଇଫ୍ ପକ୍ଷରୁ ଏକ କାର୍ଯ୍ୟକ୍ରମ ଇଟାମାଟି ଲଡ଼ୁ ପାତ୍ର ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବଡ଼ପଣ୍ଡୁସର ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୟୋଜିତ ହୋଇଯାଇଥିଲା। ଇଟାମାଟି ଉପ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରତିଷ୍ଠାତା ସ୍ବର୍ଗତ ଲଡ଼ୁ ପାତ୍ରଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସରରେ ସମସ୍ତ ଡାକ୍ତର ମାନଙ୍କୁ ଆଜିର ଦିବସ ପାଇଁ ସମସ୍ତେ ଶୁଭେଚ୍ଛା ଜଣେଇବା ସହ ସମ୍ବର୍ଦ୍ଧିତ କରା ଯାଇଥିଲା। ଡାକ୍ତର ମାନେ ଦ୍ୱିତୀୟ ଭଗବାନ ବୋଲି ମତ ପ୍ରକାଶ ପାଇଥିଲା। ଡାକ୍ତର ମାନେ ତାଙ୍କର କର୍ମ ପ୍ରତି ଅଙ୍ଗୀକାର ବଦ୍ଧ ବୋଲିମଧ୍ୟ ପ୍ରକାଶ କରିଥିଲେ। ଆଜିର କାର୍ଯ୍ୟକ୍ରମ କୁ ସଫଳ କରିଥିବାରୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ।






