ସାମ୍ବାଦିକ ସମ୍ମିଳନୀରେ ଡ଼ଃ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଚରିତ୍ର ସଂହାରକୁ ଖଣ୍ଡନ କଲା ବିଜେପି।

👇समाचार सुनने के लिए यहां क्लिक करें

ସାମ୍ବାଦିକ ସମ୍ମିଳନୀରେ ଡ଼ଃ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଚରିତ୍ର ସଂହାରକୁ ଖଣ୍ଡନ କଲା ବିଜେପି।

ନୀଳଗିରି,୪/୭(ସିଧାସମ୍ବାଦ);
ଗତ କିଛିଦିନ ଧରି ସୋସିଆଲ ମିଡିଆରେ ହାତୀମୃତ୍ୟୁ ଏବଂ ଦାନ୍ତ ତସ୍କରି ନେଇ ଉଭୟ ବିଜେପି ଓ ବିଜେଡ଼ିର ଆରୋପ ପ୍ରତ୍ୟାରୋପ ମଧ୍ୟରେ ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦିକା ତଥା ଦଳୀୟ ମୁଖପାତ୍ର ଡ଼ଃ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ସ୍ଥାନୀୟ ବିଧାୟକ ସନ୍ତୋଷ କୁମାର ଖଟୁଆଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ଗତ ଗୁରବାର ନୀଳଗିରି ବିଜେଡ଼ି ମହିଳାମାନଙ୍କର ଏକ ପ୍ରତିନିଧିମଣ୍ଡଳୀ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ।ଏହାକୁ କାଉଣ୍ଟର କରିବାକୁ ଯାଇ ଶୁକ୍ରବାର ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ବିଜେପିର ନେତୃମଣ୍ଡଳୀ। ପାଲଟା ପୂର୍ବ ସରକାର ସମୟରେ ଅଧିକ ସଂଖ୍ୟକ ହାତୀ ମରିବା ଏବଂ ଦାନ୍ତ ଲୁଟ୍ ହୋଇଥିବା ଅଭିଯୋଗ ସହ ବିଧାୟକଙ୍କୁ ଡ଼ଃ ଲେଖାଶ୍ରୀ ସାଇକେଲଚୋର, ପକେଟମାର, ଡକାୟତ ଆଦି ଶଙ୍ଖଭବନରେ ପ୍ରେସମିଟରେ କହିଥିବା କାରଣରୁ ବିଧାୟକଙ୍କ ସମ୍ମାନରେ ଆଞ୍ଚ ଆସିବା ନେଇ ୧୨ନଂ ଜିଲ୍ଲାପରିଷଦ ସଦସ୍ୟା ରଞ୍ଜିତା ସିଂ ନୀଳଗିରି ଥାନାରେ ନିଜର କିଛି ସହକର୍ମୀଙ୍କ ସହିତ ନୀଳଗିରି ଥାନାରେ ପହଞ୍ଚି ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ଠାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ଫଳରେ ବିଜେପି ଓ ବିଜେଡି ମଧ୍ୟରେ ଚାଲିଥିବା ତୁ ତୁ ମେଁ ମେଁ ଏବେ ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

Sidha Sambad
Author: Sidha Sambad

Leave a Comment

और पढ़ें