ଅନୁପସ୍ଥିତି ରେ କଳାକନା ବୁଲାଇଲେ ଦୃର୍ବୁତ୍ତ।
ନୀଳଗିରି,୦୭/୦୭(ସିଧାସମ୍ବାଦ);
ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ଜଡ଼ିଦା ପଞ୍ଚାୟତ ପୋଡ଼ାଶୁଳ ଗାଁର ସରସ୍ୱତୀ ପାତ୍ରଙ୍କ ଦୁଇ ମହଲା ଘରୁ ଦୃର୍ବୁତ୍ତ ମାନେ ଅନୁମାନିକ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସମେତ ନଗଦ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚୋରି କରି ନେଇଥିବା ସୁଚନା ମିଳିଛି। ଘଟଣା ସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି। ସରସ୍ୱତୀ ପାତ୍ର ତାଙ୍କ ସ୍ୱାମୀ ପରମାନନ୍ଦ ଓ ପରିବାର ସହ ବାଲେଶ୍ୱର ଡାକ୍ତରଖାନା ଯାଇଥିଲେ। ଗତ ରାତି ୧୦ଟା ସମୟରେ ଘରକୁ ଫେରିବା ପରେ ତାଙ୍କ ଆଲମୀରା ଓ ଅନ୍ୟ ସ୍ଥାନ ଭାଙ୍ଗି ଦୁର୍ବୃତ୍ତମାନେ ସମସ୍ତ ସୁନା-ରୂପା ଅଳଙ୍କାର, ନଗଦ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚୋରି କରିଥିବା ଜଣାପଡ଼ିଛି। ଅଭିଯୋଗ ପାଇ ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ୨୫୬/୨୫ ନଂ ମାମଲା ରୁଜୁ କରି ସାଇନ୍ଟିଫିକ ଟିମ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛି। ତେବେ ବାରମ୍ବାର ଚୋରୀ ହେବାକୁ ନେଇ ଆତଙ୍କିତ ଅଛନ୍ତି ସ୍ଥାନୀୟ ବାସିନ୍ଦା। ତୁରନ୍ତ ଚୋରଙ୍କୁ ଧରିବା ଏବଂ ଅଞ୍ଚଳବାସୀଙ୍କୁ ଚୋରୀ ଦାଉରୁ ମୁକ୍ତି ଦେବାକୁ ଦୃଢ଼ଦାବୀ ହୋଇଛି।




