ଖଣ୍ଡପଡ଼ା ୧୦|୭ (ସିଧା ସମ୍ବାଦ) ଖଣ୍ଡପଡ଼ା ଅଞ୍ଚଳରେ ଦିର୍ଘ ବର୍ଷ ଧରି ସାମାଜିକ କାର୍ଯ୍ଯରେ ନିୟୋଜିତ ଯୁବକ ସଂଘ ର ଏକ ବୈଠକ ଗୃହ ନିର୍ମାଣ ନିମନ୍ତେ ସଂଘର ସଦସ୍ଯମାନେ ଦାବି କରି ଆସୁଛନ୍ତି।ବୈଠକ ଗୃହ ଟି ଏ ନଥିବାରୁ ସଂଘର ସଭ୍ୟମାନେ ଏଣେତେଣେ ବସି ବିଭିନ୍ନ ସମୟରେ ଆଲୋଚନା କରୁଥିବା ଜଣାଯାଇଛି।ଏଥିପ୍ରତି ଖଣ୍ଡପଡ଼ା ତହସିଲ ପ୍ରଶାସନ ଦୃଷ୍ଟି ଦେଇ ବୈଠକ ଗୃହ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ସରକାରୀ ଯାଗା ଯୋଗାଇଦେବାକୁ ଯୁବକ ସଂଘର ସଦସ୍ଯମାନେ ଦାବି କରିଛନ୍ତି।ସଂଘ ପକ୍ଷରୁ ଖଣ୍ଡପଡ଼ା ବିଧାୟକଙ୍କୁ ଏ ସଂର୍ପକିତ ଦାବିପତ୍ର ପ୍ରଦାନ କରାଯାଇଥିବା ସଂଘର ବରିଷ୍ଠ ସଦସ୍ଯ ମହେନ୍ଦ୍ର କୁମାର ବାରିକ ଓ ଶୁସାନ୍ତ କୁମାର ମହାରଣା ଜଣାଇଛନ୍ତି। ଖଣ୍ଡପଡ଼ା ଅଞ୍ଚଳବାସୀଙ୍କ ସ୍ବାଭିମାନ ଓ ସ୍ବାର୍ଥ ପାଇଁ ଅହରହ ସଂଗ୍ରାମ ଜାରି ରଖିଥିବା ଯୁବକ ସଂଘର ଦାବି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।




