ନୟାଗଡ କାରାଗାର ସହ ଖଣ୍ଡପଡ଼ା ଉପକାରାଗାରର ମିଶ୍ରଣକୁ ବିରୋଧ କରି ଭାରତୀୟ ବିକାଶ ପରିଷଦର ବିକ୍ଷୋଭ ପ୍ରଦର୍ଶନ ୧୧ ରେ ଖଣ୍ଡପଡ଼ା ୧୦|୭ (ସିଧା ସମ୍ବାଦ) ନୟାଗଡ କାରାଗାର ସହ ଖଣ୍ଡପଡ଼ା ଉପକାରାଗାରର ମିଶ୍ରଣ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ଆସୁଛନ୍ତି ଖଣ୍ଡପଡ଼ା ଅଞ୍ଚଳବାସୀ। ଏ ପରିପ୍ରେକ୍ଷୀରେ ଭାରତୀୟ ବିକାଶ ପରିଷଦ ଖଣ୍ଡପଡ଼ା ଶାଖା ପକ୍ଷରୁ ଆସନ୍ତାକାଲି ୧୧ ତାରିଖ ଶୁକ୍ରବାର ଆନ୍ଦୋଳନ ଡାକରା ଦିଆଯାଇଥିବା ଜଣାଯାଇଛି।ଭାରତୀୟ ବିକାଶ ପରିଷଦର ରାଜ୍ଯ ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ସୂଚନାକ୍ରମେ ଖଣ୍ଡପଡ଼ା ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଶୁକ୍ରବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ଯ ସରକାରଙ୍କ ଉଦ୍ଦେଶ୍ଯରେ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ସ୍ଥିରୀକୃତ ହୋଇଥିବା ବେଳେ ଏ ସଂର୍ପକରେ ପରିଷଦ ପକ୍ଷରୁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପ୍ରଶାସନକୁ ଲିଖିତ ଭାବେ ସୂଚନା ଦିଆ ଯାଇଥିବା ଜଣାଯାଇଛି। ଖଣ୍ଡପଡ଼ା ଅଞ୍ଚଳର ସଚେତନ ନାଗରିକ,ଯୁବକ ଓ ସ୍ବେଚ୍ଛାସେବୀମାନେ ବହୁ ସଂଖ୍ଯାରେ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭାରତୀୟ ବିକାଶ ପରିଷଦର ରାଜ୍ଯ ସଭାପତି ଶ୍ରୀ ପାଣିଗ୍ରାହୀ ନିବେଦନ କରିଛନ୍ତି।




