ଶ୍ରମ, ଶୃଙ୍ଖଳା ହେଉଛି ସଫଳତାର ଚାବିକାଠି।

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା, ୧୨/୭ (ସିଧା ସମ୍ବାଦ)
ଖଣ୍ଡପଡ଼ା ବ୍ଲକ୍ ଅଧୀନ କୁମ୍ଭାରପଡା ଉଚ୍ଚ ବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ଦଳେଇ ଙ୍କ ଅଧକ୍ଷତାରେ ଶନିବାର ପାଳିତ ହୋଇଯାଇଛି । ଏ ଅବସରରେ ପ୍ରଭୁ ଶ୍ରୀ ଲଡୁକେଶ୍ବର ଦେବଙ୍କ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଯାଇଥିଲା।ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଚିନ୍ମୟ କୁମାର ପଣ୍ଡା,ମୁଖ୍ୟ ବକ୍ତା ଭାବେ ମୋ ସ୍କୁଲ ର ସଭାପତି ଅଖିଳ କୁମାର ପଣ୍ଡା, ଏବଂ ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଛାତ୍ରସଂସଦ ର ସମ୍ପାଦକ ଅଜୟ କୁମାର ସେଠୀ,ଶିକ୍ଷକ ରାଜ କିଶୋର ମଲ୍ଲୀକ, ମନୋଜ କୁମାର ନାୟକ, ବରାଳ ଭେଙ୍କଟ ଦାଶ, ଗୋପାଳ
ଚନ୍ଦ୍ର ନାୟକ, ଜିତେନ୍ଦ୍ର କୁମାର ପଣ୍ଡା,ଶିକ୍ଷୟିତ୍ରୀ ବୀଣାପାଣି ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାଷିନୀ ଦାଶ,ପ୍ରମୁଖ ଯୋଗଦେଇ
ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମ୍ପର୍କରେ
ଆଲୋକପାତ କରିଥିଲେ।ଶ୍ରମ, ଶୃଙ୍ଖଳା ହେଉଛି ସଫଳତାର ଚାବିକାଠି। ଛାତ୍ରୀଛାତ୍ର ଶୃଙ୍ଖଳିତ ଜୀବନକୁ ଆପଣେଇବା ସହ ଉଚ୍ଚାଭିଳାଷୀ, ଚରିତ୍ରବାନ ତଥା ପରିଶ୍ରମି ହେବା ସହିତ ଶିକ୍ଷକ ମାନଙ୍କ ସହଯୋଗ ଲୋଡି ମନଦେଇ ପାଠ ପଢିଲେ ଜଣେ କୃତିଛାତ୍ର ହୋଇପାରିବେ ବୋଲି ଯୋଗଦେଇଥିବା ଅତିଥି ମାନେ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।ଏହି ଅବସରରେ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ଅତିଥି ମାନେ ଅନୁଷ୍ଠାନ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें