ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ମଶାଙ୍କ ଉପଦ୍ରବରେ ଅତିଷ୍ଠ ସହର ବାସୀ

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ,(ସିଧା ସମ୍ବାଦ) ସାଂପ୍ରତିକ ବର୍ଷା ସମୟରେ ଖଣ୍ଡପଡ଼ା ସହରରେ ବିପର୍ଯ୍ୟସ୍ତ ଡେନେଜ ବ୍ୟବସ୍ଥା ସହର ବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସାଂପ୍ରତିକ ପରିସ୍ଥିତିରେ ମଶା,ମାଛି ଙ୍କ ଦୈ।ରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗି ଥବାରୁ ସହର ବାସୀ ଡେଙ୍ଗୁ ଆତଙ୍କ ରେ ଆତଙ୍କିତ ହୋଇ ପଡ଼ିଥିବା ଅଭିଯୋଗ ହେଉଛି।ଏବେ ଵର୍ଷା ରୁତୁ ହୋଇ ଥିବାରୁ ସବୁଠି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି।ସହରର ଗଳିକନ୍ଦି ରାସ୍ତା ରେ ଥିବା ଡ୍ରେନ୍ ଗୁଡ଼ିକ ବର୍ଷା ଦିନ ପୂର୍ବରୁ ସଫା ହୋଇ ନଥିବାରୁ ଏହା ମଶାଙ୍କ ପାଇଁ ଏନ୍ତୁଡ଼ିଶାଳ ପାଲଟି ଥିବା ଜଣାପଡିଛି।ସହରର ଡାକ୍ତରଖାନା ଛକରୁ ଜେଲଖାନା ଛକ ମଣି କର୍ଣ୍ଣିକା ସାହିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ଵରେ ପୂର୍ତି ଗନ୍ଧମୟ ପରିବେଶ ସୃଷ୍ଟି କରିଛି ।କିବା ଦିନ ଓ ରାତିରେ ମସା,ମାଛିଙ୍କ ଦୈ।ରାତ୍ମ୍ୟ ଯୋଗୁଁ ସହର ବାସୀ ତ୍ରାହି ତ୍ରାହି ଡାକୁ ଥିବାବେଳେ ଏନ୍ ଏସି କତୃପକ୍ଷ ମସା ବଂଶ ନାଶ ନିମନ୍ତେ ଚଳିତ ବର୍ଷ ମଶାମରା ଧୁଆଁ ପ୍ରୟୋଗ କରି ନଥିବାରୁ ସହର ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ଏଥିପ୍ରତି ଏନ୍ ଏସି ଅଧ୍ୟକ୍ଷା ଓ କାର୍ଯ୍ୟ ନିର୍ବାହ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛ।

Sidha Sambad
Author: Sidha Sambad

Leave a Comment

और पढ़ें