ନୀଳଗିରି, ୬/୯(ସିଧାସମ୍ବାଦ): ମାତିଲେଣି ବାଇକି ଚୋର, ବାଇକି ଚୋର ଙ୍କୁ ପୋଲିସ ଧରିବା ପାଇଁ ନାକେଦମ ହେବାକୁ ପଡୁଛି ।ଏବେ ଵି ପ୍ରତ୍ୟେକ ହାଟ ବଜାର ଗାଁ ଗହଳି ପୂର୍ଣ୍ଣ ଜାଗା ମାନଙ୍କରେ ଚୋରି,ଡକାୟତି,
ଛୀନତାଇ ପ୍ରଭୃତି ଦିନକୁ ଦିନ ବଢ଼ି ଚାଲିଛି । ପୋଲିସ ଚୋରକୁ ଧରିବା ପାଇଁ ତାର ଯେତେ ପ୍ରକାର ରଣନୀତି ପ୍ରସ୍ତୁତି କରିଥିଲେ ଵି ବିଫଳ । ତେବେ ହଟାରୁ ସୌଦା କରିବା ବେଳେ ଜୈନିକ ବ୍ୟକ୍ତିଙ୍କ ବାଇକ ଚୋରି ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ବାରିକ ପୁର ସପ୍ତାହିକ ହାଟକୁ ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖନ୍ତାପଡ଼ା ଥାନା ଅଧିନସ୍ତ ସୁଠଙ୍ଗ ଗ୍ରାମ ର ସୁଧାକର ଜେନା, ଗତ କାଲି ଅପରାହ୍ନ ୩ ଘଟିକା ସମୟରେ ବାରିକପୁର ହାଟ ରେ ପହଂଚି ଏକ ଦୋକାନ ପାର୍ଶ୍ୱରେ ତାଙ୍କର ଓଡିିିଠ୧
ସି୧୦୬୬ ବିଶିଷ୍ଟ ଗୋଲାପୀ ରଙ୍ଗର ହୋଣ୍ଡା ୟୁନିକୋନ ବାଇକ କୁ
ଛିଡା କରି ହାଟ ଭିତରୁ ପରିବା ସଉଦା ପତ୍ର କିଣି ଫେରିବା ବେଳକୁ ଗାଡି କୁ ପାଇନଥିଲେ । ବହୁ ଖୋଜା ଖୋଜି ପରେ ଉପାୟ ନପାଇ
ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ ତଦନ୍ତ ଜାରିରହିଛି ବୋଲି ଜଣାପଡିଛି।




