ମୁର୍ମୁ ହାଁସଦା କ୍ଳବ ପକ୍ଷରୁ ୨ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ। ମୁର୍ମୁ ଗେଟା ଦଳ ଚମ୍ପିୟାନ।

👇समाचार सुनने के लिए यहां क्लिक करें

ନୀଳଗିରି,୬/୯(ସିଧାସମ୍ବାଦ):
ନୀଳଗିରି ବ୍ଲକ ଅଧୀନସ୍ଥ ନରଣପୁର ପଂଚାୟତ ଅଧିନସ୍ଥ ଧୀର କୋଠି ପଡିଆ ରେ ଆନ୍ତଜିଲ୍ଲା ୨ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି।ପ୍ରତିବର୍ଷ ଭଳି ଚଳିତ ବର୍ଷ ବାଲେଶ୍ଵର ଜିଲ୍ଲା ଓ ମୟୁରଭଞ୍ଜ ଜିଲ୍ଲାର ୧୬ଦଳ ଟୁର୍ଣ୍ଣା ମେଣ୍ଟ ରେ ଅଂଶ ଗ୍ରହଣ କରିଥିଲେ।ଆଜି ଅପରାହ୍ନରେ ଫାଇନାଲ ମ୍ୟାଚ ମୟୁରଭଞ୍ଜ ଜିଲ୍ଲାର ମୁର୍ମୁ ଗେଟା ଫୁଟବଲ ଟିମ ଓ ବାଲେଶ୍ଵର ବିର୍ଶା ମୁଣ୍ଡା ଫୁଟବଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ସ୍କୋର ଦେଇ ନପାରିବାରୁ ପେନାଲଟିସଟ ଜରିଆରେ ମୁର୍ମୁ ଗେଟା ୪-୨ଗୋଲ ରେ ବିର୍ଶା ମୁଣ୍ଡା ଦଳକୁ ପରାସ୍ତ କରି ଚଳିତ ବର୍ଷ ଚମ୍ପିୟାନ ହୋଇଛି।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୀଳଗିରି ବ୍ଲକ ଅଧକ୍ଷା ଶ୍ରୀମତୀ ଶୁଭ ଲଷ୍ମୀ ମାଝୀ, ମୁଖ୍ୟ ବକ୍ତା ପୂର୍ବତନ ଏସଡ଼ିଅଧ୍ୟକ୍ଷ ମଦନ ମୋହନ ମାଝୀ, ସମ୍ମାନିତ ଅତିଥି ଭାବେ ସମାଜସେବୀ ବିଶ୍ୱମ୍ବର ପରିଡା, ସୁନାମ ପାତ୍ର ଯୋଗ ଦେଇ ଚମ୍ପିୟାନ ଦଳକୁ ୩୦ହଜାର ଅର୍ଥ ରାଶି ଓ ରନସଦଳକୁ ୨୦ହଜାର ଟଙ୍କା ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରିବା ସହିତ ୩ୟ ଓ ୪ୟ ଦଳକୁ ସାନ୍ତନା ଭାବେ ୪ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରିଛନ୍ତି ।ଉକ୍ତ ସଭାରେ କ୍ଳବ ସଭାପତି ବାପୁମାଝୀ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଢୁଳା ମାଝୀ ସମ୍ପାଦକୀୟ ବିବରଣୀ ପଠନ ସହ ସ୍ୱାଗତ ଭାଷଣ ଦେଇଥିଲେ।ଖେଳ କୁ ସନ୍ତୋଷ ପାତ୍ର, ଦିଲ୍ଲୀପ ସ୍ୱାଇଁ ଓରତନ ସ୍ୱାଇଁ ପରିଚାଳନା କରିଥିବାବେଳେ ଖେଳର ଧାରା ବିବରଣୀ ଜ୍ଞାନ ରଞ୍ଜନ ହାଁସଦା ଓ ବୃଷ ଭାନୁ ମହାପାତ୍ର ଦେଇଥିଲେ।ଉକ୍ତ କ୍ଳବ ର ବରିଷ୍ଠ ସଦସ୍ୟ ଦୁଲା ମାଝୀ, ସାହେବ ମାଝୀ, ରାମ ମାଝୀ, ସଞ୍ଜୟ ମାଝୀ, ଧର ମାଝୀ, ପାଟ ମାଝୀ, ଭୁଟା ମାଝୀ,ଶ୍ୟାମ ମାଝୀ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା ରେ ସହ ଯୋଗକରିଥିଲେ।ଉକ୍ତ ଖେଳକୁ ଦେଖି ବା ପାଇଁ ହଜାରହଜାର ଲୋକଙ୍କ ଭିଡ଼ ହୋଇଥିଲା।

Sidha Sambad
Author: Sidha Sambad

Leave a Comment

और पढ़ें