ଭିଡ଼ ପାଇଁ ବନ୍ଦ ରହିବ ‘ଆମ ବସ’

👇समाचार सुनने के लिए यहां क्लिक करें

ଭିଡ଼ ପାଇଁ ବନ୍ଦ ରହିବ ‘ଆମ ବସ’ ସେବା।ଦୁର୍ଗାପୂଜା ପାଇଁ ରାଜଧାନୀରେ ଭିଡ଼କୁ ନଜରରେ ରଖି ଅପରାହ୍ଣ ୨ଟା ପରେ ଆମ ବସ୍‌ ଚଳାଚଳ ବନ୍ଦ କରାଯିବ । ଉଭୟ କଟକ ଏବଂ ଭୁବନେଶ୍ୱରରେ ସମସ୍ତ ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ ରହିବ । ଦଶହରା ଭସାଣି ଯାଏ କଟକଣା ଜାରି ରହିବ । ଏନେଇ କ୍ରୁଟ (କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ) ପକ୍ଷରୁ ସୂଚନା ଜାରି କରାଯାଇଛି । ପୂଜା ମଣ୍ଡପ ପାଇଁ ସମସ୍ତ ମୁଖ୍ୟ ରାସ୍ତାରେ ଭିଡ଼ ରହିବ । ତେଣୁ ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୁଲିସ ପକ୍ଷରୁ କ୍ରୁଟକୁ ବସ୍‌ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें