ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମ୍ମିଳନୀ କକ୍ଷରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

👇समाचार सुनने के लिए यहां क्लिक करें

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମ୍ମିଳନୀ କକ୍ଷରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

୧) ପୁରୀସ୍ଥିତ ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ବାସଗୃହ “ପାଥେର ପୁରୀ”ର ପୁନରୁଦ୍ଧାର କରାଯାଇ ଏହାକୁ ଗୁରୁଦେବଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଂଗ୍ରହାଳୟରେ ପରିଣତ କରାଯିବ ।

୨) ନଭେମ୍ବର ୫ ତାରିଖରୁ ଆରମ୍ଭ ହେଉଥିବା କଟକ ବାଲିଯାତ୍ରାରେ ଓଡ଼ିଆ ସାହିତ୍ୟର ଯୋଗଜନ୍ମା ଲେଖକ ଏବଂ ସେମାନଙ୍କ କୃତିକୁ ନେଇ ଏକ ବିଷୟବସ୍ତୁ ମଣ୍ଡପ “Theme Pavillion” ନିର୍ମାଣ କରାଯିବ। ଇଣ୍ଡୋନେସିଆକୁ ଚଳିତ ବର୍ଷ ସହଭାଗୀ ଦେଶ ହିସାବରେ ଆମନ୍ତ୍ରିତ କରାଯିବ ଏବଂ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଧୀନରେ ଦେଶର ଏକ ପ୍ରମୁଖ ରାଜ୍ୟକୁ ମଧ୍ୟ ସହଭାଗୀ ରାଜ୍ୟ ହିସାବରେ ଆମନ୍ତ୍ରିତ କରାଯିବ। ଦକ୍ଷିଣ ଏସିଆର କେତକ ରାଷ୍ଟ୍ରଙ୍କୁ ସେମାନଙ୍କର ସାଂସ୍କୃତିକ ଦଳ ପ୍ରେରଣ ନିମନ୍ତେ ମଧ୍ୟ ଅନୁରୋଧ କରାଯିବ ।

୩) ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜାକୁ ସହାୟତା ପ୍ରଦାନ ପରେ କେନ୍ଦ୍ରାପଡ଼ାର ମହାକାଳପଡ଼ାର ବିଧାୟକଙ୍କ ଅନୁରୋଧ କ୍ରମେ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା ନିମନ୍ତେ ସଂସ୍କୃତି ବିଭାଗ ତରଫରୁ ଆର୍ଥିକ ସହାୟତା ରାଶି ଯୋଗାଇଦିଆଯିବ।

୪) ସଂସ୍କୃତି ବିଭାଗ ଅଧିନସ୍ଥ ସଂସ୍କୃତି ବିଶ୍ବବିଦ୍ୟାଳୟ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ବିଭୁତି କାନୁନଗୋ ଓ ଖଲ୍ଲିକୋଟ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଖାଲିଥିବା ସମସ୍ତ ପଦବୀ ଅତିଶୀଘ୍ର ପୂରଣ କରାଯିବ।

୫) କେନ୍ଦ୍ରାପଡ଼ା ଜିଲ୍ଲାର କାଳିଦାସ ମନ୍ଦିରର ପୁନରୁଦ୍ଧାର ଦାୟିତ୍ଵ ରାଜ୍ୟ ପ୍ରତ୍ନତତ୍ତ୍ଵ ଗ୍ରହଣ କରିବ।

୬) ଭୁବନେଶ୍ଵରର ସୈନିକ ସ୍କୁଲ ନିକଟରେ ହେବାକୁଥିବା ଓଡ଼ିଆ ଅସ୍ମିତା ଭବନର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ଵିତ କରିବା ପାଇଁ ଓଡିଶା ସେତୁ ଓ ନିର୍ମାଣ ନିଗମକୁ ନିର୍ଦ୍ଦେଶ ଦିଆଯାଇଅଛି।

Sidha Sambad
Author: Sidha Sambad

Leave a Comment

और पढ़ें