ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର “ଚାରିଧାମ – ଏ ଜର୍ଣ୍ଣି ଉଇଥିନ୍” ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଏବଂ ଦର୍ଶକଙ୍କ ମନ ଜିଣିଛି । ଦର୍ଶକଙ୍କ ତରଫରୁ ବହୁତ ଭଲ ରେସପନ୍ସ ମିଳିଛି। ଓଡ଼ିଆ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନୀତ ଏହି ଆଧ୍ୟାତ୍ମିକ ଭ୍ରମଣ କାହାଣୀ ଦେଶବ୍ୟାପୀ ଦର୍ଶକଙ୍କ ହୃଦୟ ଜିତିବା ସହ ଏକ ସର୍ବକାଳୀନ ସଫଳ ଓଡ଼ିଆ ଫିଲ୍ମ ମଧ୍ୟରେ ସ୍ଥାନ ପାଇଛି ।
କ୍ୟାମେରା କ୍ୱିନ୍ ପ୍ରଡକ୍ସନ୍ ବ୍ୟାନରରେ ହିମାଦ୍ରି ତନୟା ଦାସଙ୍କ ଦ୍ୱାରା ନିର୍ମିତ ଓ ତପସ ସରଘରିଆଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଏହାର ଆକର୍ଷଣୀୟ କାହାଣୀ, ସୁନ୍ଦର ଭିଜୁଆଲ୍ ଓ ଚମତ୍କାର ସଙ୍ଗୀତ ସହିତ ଚଳଚ୍ଚିତ୍ର ଜଗତକୁ ତରଙ୍ଗାୟିତ କରିଛି । ଅଭିନେତା ଅନୁଭବ ମହାନ୍ତିଙ୍କ ଶକ୍ତିଶାଳୀ ଅଭିନୟ ସହ ଫିଲ୍ମର କାହାଣୀ ଦର୍ଶକଙ୍କ ମନରେ ଗଭୀର ପ୍ରଭାବ ପକାଇଛି।
ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, “ଚାରିଧାମ – ଏ ଜର୍ଣ୍ଣି ଉଇଥିନ୍” ଦ୍ୱିତୀୟ ସପ୍ତାହରେ ଭାରତରେ ୯.୫୯ କୋଟି ଟଙ୍କାରୁ ଅଧିକ ଆୟ କରିଛି । ଏଭଳି ସଫଳତା ପାଇବାରେ ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ଏହା ଏକ ସର୍ବକାଳୀନ ରେକର୍ଡ । ଏହି ସଫଳତାର ମୂଳ ହେଉଛି ଏହାର ସାର୍ବଜନୀନ ବିଷୟବସ୍ତୁ । ଭାରତର ପବିତ୍ର ଚାରି ଧାମକୁ ନେଇ ଜଣେ ତୀର୍ଥଯାତ୍ରୀଙ୍କ ଆଧ୍ୟାତ୍ମିକ ଓ ଭାବନାତ୍ମକ ଯାତ୍ରାକୁ ଏଥିରେ ପ୍ରତିଫଳିତ କରାଯାଇଛି । ଏହା ସାରା ଦେଶରେ ଦର୍ଶକମାନଙ୍କ ଦ୍ୱାରା ଆଦୃତ ହୋଇଥିବାରୁ କାହାଣୀ ଅତି ସୁନ୍ଦର ହୋଇଥିବାରୁ ଆଗାମୀ ଦିନରେ ଅଧିକ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି ।






