ସୋର ଉପକାରାଗାରରୁ ଜଣେ କଏଦୀ ଫେରାର I

👇समाचार सुनने के लिए यहां क्लिक करें

ସୋର ଉପକାରାଗାରରୁ ଜଣେ କଏଦୀ ହୋଇଯାଇଥିବା ଜଣାପଡିଛି।କଏଦୀ ଜଣଙ୍କ ହେଲେ ଝାଡଖଣ୍ଡ ବୋକାରୋ ଷ୍ଟିଲ ସିଟି ଧାନବାଦ ଅଞ୍ଚଳର ଦୀପକ କୁମାର ରାୟ। ସୂଚନା ଅନୁସାରେ ଦୀପକ ଖଇରା ଅଞ୍ଚଳରେ ରହୁଥିବା ବେଳେ ସେଠାରେ ଏକ ଗଣ୍ଡଗୋଳ ଘଟଣାରେ ଗତ ୧୯ ତାରିଖରେ ଖଇରା ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ସୋର ଉପକାରାଗାରରେ ରଖାଯାଇଥିଲା। ତେବେ ଆଜି ସନ୍ଧ୍ୟାରେ ସେ ଜେଲ ପାଚେରୀ ଡେଇଁ ଫେରାର ହୋଇଯାଇଛି। ଏ ବାବଦରେ ଜଣାପଡିବା ପରେ ଜେଲର ବୈଲୋଚନ ପଣ୍ଡା ସୋର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ସୋର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆସନ୍ତା କାଲି କଏଦୀ ଜଣଙ୍କର ବେଲ ହେବାକୁ ଥିବା ବେଳେ ଆଜି ଫେରାର ହୋଇଯାଇଭଛନ୍ତି

Sidha Sambad
Author: Sidha Sambad

Leave a Comment

और पढ़ें