“ରିଫ୍ରେଶର୍ କୋର୍ସ ଇନ୍ ଫାର୍ଷ୍ଟ ଏଡ୍” ବିଷୟରେ ସୁରକ୍ଷା ଏବଂ ଗୁଣବତ୍ତା ସମ୍ପର୍କିତ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା

👇समाचार सुनने के लिए यहां क्लिक करें

ଭୁବନେଶ୍ବର, ତା. ୨୪ ଅକ୍ଟୋବର ୨୦୨୫
ରାଜ୍ୟରେ କାରଖାନାମାନଙ୍କରେ ଶ୍ରମିକ ସୁରକ୍ଷା ଓ ସୁରକ୍ଷିତ କାର୍ଯ୍ୟସ୍ଥଳୀ ନିର୍ମାଣକୁ ସରକାର ପ୍ରାଥମିକତା ଦେଇଆସୁଛି। ଏହାକୁ ଦୃଷ୍ଟିରେ ରଖି, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମଞ୍ଜୁରୀକ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ନିୟମିତ ଭାବରେ ଭିନ୍ନ ଭିନ୍ନ ସୁରକ୍ଷା ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

ସେହି କ୍ରମରେ, ଆଜି ତା. ୨୪.୧୦.୨୦୨୫ ରେ ରାଜ୍ୟ ଶ୍ରମ ପ୍ରତିଷ୍ଠାନ, ଭୁବନେଶ୍ବରର ସମ୍ମିଳନୀ କକ୍ଷରେ “ରିଫ୍ରେଶର୍ କୋର୍ସ ଇନ୍ ଫାର୍ଷ୍ଟ ଏଇଡ୍ – ସୁରକ୍ଷା ଏବଂ ଗୁଣବତ୍ତା” ବିଷୟରେ ଏକ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ଆୟୋଜିତ ହୋଇଥିଲା। ଉଦଘାଟନୀ ସଭାରେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ (ସୁରକ୍ଷା) ଡଃ ମଳୟ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଉଦ୍ବୋଧନ ଦେଇ କହିଥିଲେ ଯେ, “କାରଖାନାମାନଙ୍କରେ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସର୍ବାଧିକ ଅଗ୍ରାଧିକାର ଦେବା ଆବଶ୍ୟକ। ସୁରକ୍ଷା ବିଫଳ ହେଲେ ପ୍ରାଥମିକ ଚିକିତ୍ସା ଆରମ୍ଭ ହୁଏ, ଯାହା ଜୀବନ ଓ ମୃତ୍ୟୁ ମଧ୍ୟରେ ସେତୁ ସୃଷ୍ଟି କରେ। ସମୟୋଚିତ ପ୍ରାଥମିକ ଚିକିତ୍ସା ଦ୍ୱାରା ଦୁର୍ଘଟଣାଜନିତ ମୃତ୍ୟୁର ଆଶଙ୍କା ୯୦ ଶତାଂଶ ରୁ ଅଧିକ କମି ଯାଏ।”

ତାଲିମ କର୍ମଶାଳାରେ ନିର୍ଦ୍ଦେଶାଳୟର ସହନିର୍ଦ୍ଦେଶକ (ସୁରକ୍ଷା) ଶ୍ରୀଯୁକ୍ତ ଅନିଲ କୁମାର ନନ୍ଦ ଓ ସହନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ପଙ୍କଜ କୁମାର ବିଶ୍ୱାଳ ମଧ୍ୟ ଯୋଗଦେଇ ତାଲିମ ସଞ୍ଚାଳନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ପ୍ରତିଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ ବର୍ଗର ୫୭ ଜଣ କାରଖାନା ଅଧିକାରୀ ଅଂଶଗ୍ରହଣ କରିଥିଲେ। ସନ୍ଧ୍ୟା ସମାରୋହରେ ଅଂଶଗ୍ରାହୀମାନଙ୍କୁ ପ୍ରମାଣପତ୍ର ବିତରଣ କରା ଯାଇଥିଲା।

ଏହି କର୍ମଶାଳା ମାଧ୍ୟମରେ ଶ୍ରମିକ ସୁରକ୍ଷା, ଆପତକାଳିନ ସଜାଗତା ଏବଂ ପ୍ରାଥମିକ ଚିକିତ୍ସା ବିଷୟରେ ସଚେତନତା ବୃଦ୍ଧି ପାଇଛି, ଯାହା ରାଜ୍ୟର ଶ୍ରମ ସୁରକ୍ଷା ଅଭିଯାନକୁ ଆଗକୁ ନେବାରେ ସାହାଯ୍ୟ କରିବ।

Sidha Sambad
Author: Sidha Sambad

Leave a Comment

और पढ़ें