ମଣ୍ଡଳସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ

👇समाचार सुनने के लिए यहां क्लिक करें

ବୋଲଗଡ (ସିଧାସମ୍ବାଦ): ୨୬/୧୦ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ମଣ୍ଡଳସ୍ତରୀୟ ସମୂହ କ୍ରୀଡା ଉତ୍ସବ ଦେଉଳି ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି.ସାଧନ କେନ୍ଦ୍ର ସଂଯୋଜକ ରବୀନ୍ଦ୍ର କୁମାର ବେହେରା ଙ୍କ ଆବାହକତ୍ୱରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ସରପଞ୍ଚ ପ୍ରଦୀପ କୁମାର ବାରିକ ପ୍ରାକ୍ତନ ଏବିଇଓ ପଦ୍ମଚରଣ ବେହେରା ପ୍ରାକ୍ତନ କ୍ରୀଡା ଶିକ୍ଷକ ଜୟରାମ ଦାସ ପଞ୍ଚ ସଖା ଶିକ୍ଷା ସେତୁ ଅଧକ୍ଷ ପ୍ରଶାନ୍ତ ନାୟକ ଶିକ୍ଷକ ସୁବାସ ଚନ୍ଦ୍ର ମହାପାତ୍ର ପ୍ରଭାତ ଦାସ ଗୋପାଳ ମହାନ୍ତି ମାନସ କୁମାର ବେହେରା ଓ ପ୍ରାକ୍ତନ ଛାତ୍ର ସୁରେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ. କ୍ରୀଡା ଓ ଶିକ୍ଷା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ. ଗୋଟିଏ ବିନା ଅନ୍ୟଟି ଅଧୁରା ହୋଇଥାଏ. କ୍ରୀଡା ଅଫୁରନ୍ତ ଫୁର୍ତ୍ତି ସହ ନୂତନ ଉନ୍ମାଦନା ଓ ପ୍ରେରଣା ଯୋଗାଇଥାଏ ବୋଲି ମତ ପ୍ରକାଶ କରିଥିଲେ.ସଂଯୋଜକ ସୀତାକାନ୍ତ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ଏହି ଉତ୍ସବରେ ୨୮ଟି ଉଚ୍ଚ ବିଦ୍ୟାଳୟରୁ ୨୫୦ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ.୧୬ଟି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା.କ୍ରୀଡା ଶିକ୍ଷକ ଭାଗବତ ପାଣ୍ଡେ ସତ୍ୟବ୍ରତ ନାୟକ ଦେବାଶିଷ ସାମନ୍ତ,ଅକ୍ଷୟ ପ୍ରଧାନ ଓ ସୁଶାନ୍ତ ସାହୁ ପ୍ରମୁଖ ପରିଚାଳନା କରିଥିଲେ.୨୮ଜଣ କୃତି ପ୍ରତିଯୋଗୀ ଙ୍କୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ କରାଯାଇଛି.ସମସ୍ତ କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯଇଥିଲା.ପରିଶେଷରେ ପ୍ରଭାସ କୁମାର ପୃଷ୍ଟି ସମସ୍ତ କୃତିପ୍ରତିଯୋଗୀଙ୍କ ସଫଳତା ଆଶା କରି ଧନ୍ୟବାଦ ଅର୍ପଣ କରିଥିଲେ.

Sidha Sambad
Author: Sidha Sambad

Leave a Comment

और पढ़ें