ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମ ଫିଲ-ଅପ୍ ତାରିଖ।

👇समाचार सुनने के लिए यहां क्लिक करें

ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମ ଫିଲ-ଅପ୍ ତାରିଖ।ମୋନ୍ଥା ପାଇଁ ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖ ଘୁଞ୍ଚିଲା । ଅକ୍ଟୋବର ୨୮ରେ ଶେଷ ହେଉଥିଲା ୨୦୨୬ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ । କିନ୍ତୁ ବାତ୍ୟା ପ୍ରଭାବ ପାଇଁ ଅନେକ କଲେଜରେ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିନାହାନ୍ତି । ଏନେଇ କଲେଜ ଗୁଡିକରୁ ନିବେଦନ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନିଷ୍ପତ୍ତି ନିଆଯାଇଛି । ଏହାସହ UG, PG, B.Ed, M.Ed, LLB ଏବଂ Integrated B.Ed, M.Edର ସ୍ପଟ ଆଡମିସନ ତାରିଖରେ ପରିବର୍ତ୍ତନ କରାଯାଇଛି । ୩୦ ତାରିଖରେ ଫିଜିକାଲ ରିପୋର୍ଟିଂ, ୧ ତାରିଖରେ ମେରିଟ ଲିଷ୍ଟ ଓ ନଭେମ୍ବର ୩ରୁ ୬ ତାରିଖ ଯାଏ ଆଡମିସନ ଚାଲିବ।

Sidha Sambad
Author: Sidha Sambad

Leave a Comment

और पढ़ें