ବିଦ୍ୟୁତ ସୁରକ୍ଷା” ସମ୍ବନ୍ଧରେ ବିଶେଷତା ଏବଂ ଗୁଣବତ୍ତା ସମ୍ପର୍କିତ ତାଲିମ୍”

👇समाचार सुनने के लिए यहां क्लिक करें

ରାଜ୍ୟରେ କାରଖାନା ମାନଙ୍କରେ ଉଭୟ ସୁରକ୍ଷିତ କାର୍ଯ୍ଯସ୍ଥଳୀ ଏବଂ ଶ୍ରମିକ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଥିବାରୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ର ମଞ୍ଜୁରୀ କ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ଭିନ୍ନ ଭିନ୍ନ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ ଉପରେ ତାଲିମ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଆସୁଅଛି।
ସେହି କ୍ରମରେ ରାଜ୍ୟର କାରଖାନା ମାନଙ୍କରେ ସୁରକ୍ଷିତ ବିଦ୍ୟୁତ ପ୍ରୟୋଗ ପ୍ରତି ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ତା . ୧୧. ୧୧. ୨୦୨୫ ରିଖ ଦିନ ରାଜ୍ୟ ଶ୍ରମ ପ୍ରତିଷ୍ଠାନ ଆନୁକୂଲ୍ୟରେ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ “ବିଦ୍ୟୁତ ସୁରକ୍ଷା” ଶୀର୍ଷକ ବିଷୟ ଉପରେ ଏକ ରାଜ୍ଯସ୍ତରୀୟ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।
ପୂର୍ବାହ୍ନରେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ (ସୁରକ୍ଷା), ଡଃ ମଳୟ କୁମାର ପ୍ରଧାନ ଉଦବୋଧନ ଦେଇଥିଲେ। ଡ଼ଃ ପ୍ରଧାନ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଉଦ୍ବୋଧନରେ କହିଥିଲେ ଯେ, ବିଦ୍ୟୁତ ସୁରକ୍ଷା ଏକ ଥରର କାର୍ଯ୍ୟ ନୁହେଁ, ଏହା ଏକ ଅବିରତ ଦାୟିତ୍ୱ। ସେ ସମସ୍ତଙ୍କୁ ସତର୍କ ରହିବା, ମାନକ ସୁରକ୍ଷା ପ୍ରକ୍ରିୟା ଅନୁସରଣ କରିବା, ଏବଂ ସୁରକ୍ଷାକୁ ନିୟମ ନୁହେଁ, ଅଭ୍ୟାସ ରୂପେ ଗଢ଼ି ତୋଳିବା ପାଇଁ ଆହ୍ୱାନ କଲେ।
ଏହା ସହିତ ଶ୍ରୀ ଲକ୍ଷ୍ମୀନାରାୟଣନ୍ ଡି, ଉପ ସାଧାରଣ ପ୍ରବନ୍ଧକ (ବିଦ୍ୟୁତ ରକ୍ଷା ବିଭାଗ) ମଧ୍ୟ କର୍ମଶାଳାରେ ଯୋଗଦେଇ ଥିଲେ। ଶ୍ରୀ ନାରାୟଣନ୍ ବିଦ୍ୟୁତ କାର୍ଯ୍ୟରେ କଠୋର ସୁରକ୍ଷା ମାନକ ରଖିବାର ଗୁରୁତ୍ୱ ବିଷୟରେ ଆଲୋକପାତ କଲେ। ସେ କହିଥିଲେ ଯେ, ନିରନ୍ତର ସତର୍କତା ଓ ସଠିକ ରକ୍ଷାପାଳନ ଦ୍ୱାରା ଦୁର୍ଘଟନା ରୋକି ମାନବଜୀବନକୁ ସୁରକ୍ଷିତ କରିପାରିବ।
ପ୍ରତିଷ୍ଠାନ ପକ୍ଷରୁ ତାଲିମ ପ୍ରାପ୍ତ କରିଥିବା ୮୨ ଜଣ ଭିନ୍ନ ଭିନ୍ନ ବର୍ଗର କାରଖାନା ଅଧିକାରୀଙ୍କୁ ଉଦଯାପନୀ ସନ୍ଧ୍ୟାରେ ପ୍ରମାଣପତ୍ର ବିତରଣ କରାଯାଇଥିଲା।

Sidha Sambad
Author: Sidha Sambad

Leave a Comment

और पढ़ें