ସୁରୁଖୁରୁରେ ସରିଲା ମତଦାନ, ୧୪ରେ ଫଳା ଫଳ

👇समाचार सुनने के लिए यहां क्लिक करें

ନା କେଉଁଠି ହିଂସା, ନା କେଉଁଠି ଗଣ୍ଡଗୋଳ। କାଁ ଭାଁ ତୁତୁ ମେଁମେଁକୁ ଛାଡ଼ିଦେଲେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ସରିଛି ନୂଆପଡ଼ା ଉପ ନିର୍ବାଚନ ପାଇଁ ମତଦାନ। ମାଓ ଇଲାକା ସୁନାବେଡ଼ା ହେଉ କିମ୍ବା ବ୍ୟାବସାୟିକ ପେଣ୍ଠ ଖରିଆର ରୋଡ୍। ସବୁଠି ବେଶ୍ ଉତ୍ସାହର ସହ ନିଜ ନିଜର ମତ ସାବ୍ୟସ୍ତ କରିଛନ୍ତି ଜିଲ୍ଲାର ୨ ଲକ୍ଷ ୫୩ ହଜାରରୁ ଅଧିକ ମତଦାତା। ଜନତା ଜନାର୍ଦ୍ଦନ ଭାଗ୍ୟ ନିର୍ଦ୍ଧାରଣ କରିବା ପରେ EVMରେ ସିଲ୍ ହୋଇଛି ୧୪ ପ୍ରାର୍ଥୀଙ୍କ ଭାଗ୍ୟ।। ୧୪ରେ ଖୋଲିବ ଇଭିଏମ୍‌ , ଆସିବ ଫଳାଫଳ । ତେବେ ଏହି ଫଳାଫଳ ଓଡ଼ିଶାର ୩ ପ୍ରମୁଖ ରାଜନୈତିକ ଦଳର ଭବିଷ୍ୟତର ଗଣିତକୁ ଓଲଟପାଲଟ କରିବ । ନୂଆ ମୋଡ଼ ନେବ ଓଡ଼ିଶା ରାଜନୀତି । ସରିଛି ମତଦାନ, ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଉତ୍ସାହର ସହ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ନୂଆପଡ଼ାବାସୀ । ଲମ୍ବା ସମୟ ଲାଇନରେ ଛିଡା ହୋଇ ନିଜର ବହୁମୂଲ୍ୟ ଭୋଟ ଦେଇଛନ୍ତି । ଉପ-ନିର୍ବାଚନରେ ଭୋଟ ଦେବାକୁ ମତଦାତାଙ୍କ ମଧ୍ୟରେ ଏଭଳି ଉତ୍ସାହ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଅଞ୍ଚଳର ବିକାଶ ପାଇଁ ଭୋଟ ଦେଇଛୁ । ତେବେ ରେକର୍ଡ ସଂଖ୍ୟକ ଭୋଟ କାହା ସପକ୍ଷରେ ପଡିଛି ତାହାକୁ ନେଇ ଦ୍ବନ୍ଦ୍ବରେ ତିନି ଦଳ । ନୂଆପଡ଼ା ଉପ-ନିର୍ବାଚନର ଫଳାଫଳ ଓଡ଼ିଶା ରାଜନୀତିର ଆଗାମୀ ଦିଶା ନିର୍ଦ୍ଧାରଣ କରିବ। ପ୍ରାର୍ଥୀଙ୍କ ଭବିଷ୍ୟତ ଅପେକ୍ଷା ଫଳାଫଳ ଉପରେ ୩ ଦଳର ଭାଗ୍ୟ ନିର୍ଭର କରୁଛି ।

 

ଜୟ ଢୋଲକିଆ ବିଜୟୀ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲୋକପ୍ରିୟତା ବଢିବ
ବିଜେପି ସରକାରର ଯୋଜନା ଲୋକଙ୍କୁ ପ୍ରଭାବିତ କରିଥିବା ବାର୍ତ୍ତା ଯିବ
ଦଳ ହାରିଲେ ୧୬ ମାସର ସରକାରରୁ ଲୋକ ମୁହଁ ଫେରାଉଥିବା ସଂକେତ ମିଳିବ
ମୋହନଙ୍କ ଶାସନ ଓ ମନମୋହନଙ୍କ ସଙ୍ଗଠନକୁ ଝଟକା ଲାଗିବ

 

ସେହିପରି ସ୍ନେହାଙ୍ଗିନୀ ଜିତିଲେ ନବୀନଙ୍କ କ୍ରେଜ ଏବେ ବି କାଏମ ଥିବାର ବାର୍ତ୍ତା ଯିବ
ବିଜେଡିର ବିଜୟ ତୃଣମୂଳସ୍ତରରେ କର୍ମୀଙ୍କ ମନୋବଳ ବଢାଇବ
ଦଳ ହାରିଲେ ବ୍ରାଣ୍ଡ ନବୀନ ବ୍ୟାକ୍‌ଫୁଟକୁ ଠେଲି ହୋଇଯିବ
ବିଜେଡି ସଙ୍ଗଠନ ପ୍ରତି ବଡ଼ ଆହ୍ବାନ ସୃଷ୍ଟି ହୋଇପାରେ

ସେପଟେ ଘାସିରାମ ଜିତିଲେ ଓଡ଼ିଶାରେ କଂଗ୍ରେସ ରାଜନୀତିକୁ ସଞ୍ଜିବନୀ ମିଳିବ
ଭକ୍ତଙ୍କ ନେତୃତ୍ବରେ ଆଗକୁ ବଢିବ ଦଳ, ତୃଳମୂଳସ୍ତରରେ ସକ୍ରିୟ ହେବେ କର୍ମୀ
ଦଳ ହାରିଲେ ଭକ୍ତଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠିପାରେ
ଓଡ଼ିଶା କଂଗ୍ରେସରେ ପୁଣି ଆରମ୍ଭ ହୋଇପାରେ ଦିଲ୍ଲୀ ଚଲୋ ଅଭିଯାନ। ତେବେ ଆଗକୁ କଣ ଫଳା ଫଳ ହେଉଛି ତାକୁ ହିଁ ଅପେକ୍ଷା.।

Sidha Sambad
Author: Sidha Sambad

Leave a Comment

और पढ़ें